ପୋଲିସ ପକ୍ଷରୁ ମାଗୁରାଗଣ୍ଡ ପାଟଣା ମୁଣ୍ଡାବସ୍ତିରେ ଖାଦ୍ୟ ପୁଡିଆ ବଂଟନ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ପୋଲିସ ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଂଚାୟତର ମାଗୁରାଗଣ୍ଡ ପାଟଣା ମୁଣ୍ଡାବସ୍ତିରେ ଶୁକ୍ରବାର ସକାଳେ ଖାଦ୍ୟ ପୁଡିଆ ବଂଟନ କରାଯାଇଛି । ଚାଉଳ, ଡାଲି, ଚୁଡା, ଆଳୁ, ପିଆଜ, ବିସ୍କୁଟ ପ୍ରଭୃତି ଥିବା କିଟସ ଓ ମାସ୍କକୁ ଆରକ୍ଷୀ ଅଧିକ୍ଷକ ନୀତି ଶେଖର ମୁଣ୍ଡା ବସ୍ତିର ପ୍ରତ୍ୟେକ ପରିବାରକୁ ବାଂଟିଥିଲେ । ସଦର ଥାନାର ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କିଟସ ବୀତରଣ କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତି, ଡିଏସପି କାର୍ତ୍ତିକ ମଲ୍ଲିକ,ଡିଏସପି ଶୁଭେନ୍ଦୁ ସିଂ, କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଟାଉନ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ସମେତ ପୋଲିସ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ବସ୍ତିର ପ୍ରାୟ ୬୨ଟି ପରିବାରକୁ ଖାଦ୍ୟ କିଟସ ବଂଟନ କରାଯାଇଥିଲା ।