ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗମାର୍ଚ୍ଚ

ହିଞ୍ଜିଳିକାଟୁ,  (ଶେଷଦେବ ସାହୁ) :ଫେବୃୟାରୀ ୧୬ ତାରିଖରୁ ରାଜ୍ୟରେ ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକରେ ଫେବୃୟାରୀ ୧୬ ତାରିଖ ଦିନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଜ୍ରେଶ କୁମାର ରାୟଙ୍କ ନିର୍ଦ୍ଦେଶକ୍ରମେ ହିଞ୍ଜିଳି ପୋଲିସ ପ୍ରଶାସନ ପକ୍ଷରୁ ହିଞ୍ଜିଳି ଥାନାର ବିଭିନ୍ନ ଗ୍ରାମରେ ଗତ କିଛି ଦିନ ଧରି  ଫ୍ଲାଗମାର୍ଚ୍ଚ କାର୍ଯ୍ୟକ୍ରମ ଜାରି ରହିଛି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଓ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବା ପାଇଁ ପୁଲିସ ପ୍ରଶାସନ ଅଣ୍ଟା ଭିଡିଛି । ଏହି ପରିପ୍ରେକ୍ଷୀରେ ବୁଧବାର ହିଞ୍ଜିଳି ଓ ପାଟପୁର  ଥାନା ମିଳିତ ସହଯୋଗରେ ସଂପୃକ୍ତ ଥାନା ଅଞ୍ଚଳର ଆଡପଡା, କଇଠବେଢା, ପଥରପୁଞ୍ଜି, ଡେଙ୍ଗାଡି, କଉଡିଆ, କଙ୍କୋରଡା ପ୍ରଭୃତି ଗ୍ରାମରେ ପୋଲିସ ଫୋର୍ସ ପକ୍ଷରୁ ଫ୍ଳାଗମାର୍ଚ୍ଚ କରାଯିବା ସହ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ଜନସଚେତନତା ସୃଷ୍ଟି କରାଯାଇଥିଲା ।   ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାଶ ଓ ପାଟପୁର ଥାନା ଆଇଆଇସି ସବ୍ୟସାଚୀ ମଲ୍ଲଙ୍କ  ମିଳିତ ସହଯୋଗରେ  ଫ୍ଲାଗମାର୍ଚ୍ଚ କରାଯିବା ସହ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଜନସଚେତନତା ସୃଷ୍ଟି କରାଯାଇଥିଲା  । କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଦିପ୍ତ କୁମାର ଦଳେଇ, ଆସିକା ଏସଡିପିଓ ଉମାଶଙ୍କର ସିଂ, ହିଞ୍ଜିଳି ଥାନା ଏସ. ଆଇ. ରାଘବ ପ୍ରଧାନ, ଗୋପାଳକୃଷ୍ଣ ଆଗୁପାତ୍ର, ସିଦ୍ଧାର୍ଥ ଜେନା, କାମିଲିନି ନାୟକ,  ଏ. ଏସ. ଆଇ. ରାଜନ ବିଷୋୟୀ, ପ୍ରକାଶ ବେହେରା, ଅନନ୍ତ ଶବର, ପ୍ରଦୀପ ଜେନା, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, ବସନ୍ତ ଉପାଧ୍ୟୟ, ସରୋଜ କୁମାର ରଣସିଂଙ୍କ ସମେତ ୧ ପ୍ଳାଟୁନ ପୋଲିସ ଫୋର୍ସ ଅଂଶ ଗ୍ରହଣ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ