ପୋଲିସ ପ୍ରଶାସନ ପକ୍ଷରୁ ୨ୟ ପର୍ଯ୍ୟାୟ ଫ୍ଲାଗମାର୍ଚ୍ଚ
ହିଞ୍ଜିଳିକାଟ (ଶେଷଦେବ ସାହୁ): ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଜ୍ରେଶ କୁମାର ରାୟଙ୍କ ନିର୍ଦ୍ଦେଶକ୍ରମେ ହିଞ୍ଜିଳି ପୋଲିସ ପ୍ରଶାସନ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ୨ୟ ପର୍ଯ୍ୟାୟ ଫ୍ଲାଗମାର୍ଚ୍ଚ କରାଯାଇଛି । ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଅତ୍ୟନ୍ତ ସମ୍ବେଦନଶୀଳ ଗ୍ରାମ ଭାବେ ପରିଚିତ ହିଞ୍ଜିଳି ଥାନା ବ୍ରାହ୍ମଣଛାଇ, ସିକିରି, ରାଳବ, ଶାସନ ଆମ୍ବଗାଁ, ଅନ୍ତରିଗାଁ, ଦୁର୍ବନ୍ଧ, କଂଚୁରୁ, ସମରଝୋଳ ଗ୍ରାମରେ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାଶଙ୍କ ନେତୃତ୍ୱରେ ଫ୍ଲାଗମାର୍ଚ୍ଚ କରାଯାଇଥିଲା । କାର୍ଯ୍ୟକ୍ରମରେ ହିଞ୍ଜିଳି ଥାନା ଏସ. ଆଇ. ବିଶ୍ୱଜିତ ନାୟକ, ମମତା ସାମନ୍ତ, ପ୍ରଦିପ୍ତ କୁମାର ଦାଶ, ଏ. ଏସ. ଆଇ. ରାଜନ ବିଷୋୟୀ, ବିଦେଶୀ ସେଠି, ଶରତ ଚନ୍ଦ୍ର ମହାପାତ୍ର, ହାବିଲଦାର ସୁବାଷ ଚନ୍ଦ୍ର ଅଧିକାରୀ, ରାଜିବ କୁମାର ପାଢି, ବସନ୍ତ ଉପାଧ୍ୟୟ, ସୁବଳ ପ୍ରଧାନ, ନରେଶ ଗୌଡ଼, ମଙ୍ଗୁଳୁ ଚରଣ ସେଠି, ପ୍ରଦୀପ କୁମାର ସାହୁ, ସଚିନ୍ଦ୍ର ପ୍ରଧାନ, ଓଏପିଏଫ ମହେଶ୍ୱର ନାୟକ, ବାବନା ନାୟକ, ପାର୍ଥ ସାରଥୀ ଦଳାଇ, ପଙ୍କଜ ଦଳାଇଙ୍କ ସମେତ ୧ ପ୍ଳାଟୁନ ପୋଲିସ ଫୋର୍ସ ଅଂଶ ଗ୍ରହଣ କରିଥିଲେ ।


