ପୋଲିସ ଫାଣ୍ଡି ପ୍ରତିଷ୍ଠା ପାଇଁ ଭୀଷ୍ମଗିରି ଉନ୍ନୟନ ପରିଷଦ ପକ୍ଷରୁ ସ୍ମାରକପତ୍ର   

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଉନ୍ନୟନ ପରିଷଦ ପକ୍ଷରୁ ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମଙ୍ଗଳବାର ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ସିପକ କୁମାର ପାତ୍ର,ବିଡ଼ିଓ ଚିତ୍ତ ରଞ୍ଜନ ଦାସ ଏବଂ ଦିଗପହଣ୍ଡି ଥାନା ଆଇ ଆଇ ସି ଦୀପ୍ତି ରଞ୍ଜନ ବେହେରା ଙ୍କୁ ଦସ୍ତଖତ ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଗତ କିଛି ମାସ ହେଲା ଚୋରି,ଡକାୟତି,ରାହାଜାନୀ,ହତ୍ୟା,ଲୁଣ୍ଠନ ଭଳି ଅପରାଧିକ କାର୍ଯ୍ୟକଳାପ ଲାଗି ରହିଛି। ଗତ ସେପ୍ଟେମ୍ବର ୧୦ ତାରିଖ ରାତି ରେ ବି.ଆଦି ନାମ୍ନୀ ଜଣେ ବୃଦ୍ଧା ଙ୍କୁ ଦୁର୍ବୃତ୍ତ ମାନେ ଘରେ ପଶି ହତ୍ୟା କରି ସୁନା ଗହଣା ଲୁଟି ନେଇଥିଲେ। ଏଯାବତ  ହତ୍ୟାକାରୀ ଙ୍କ ସନ୍ଧାନ ମିଳିପାରିନାହିଁ।ଅସାମାଜିକ କାର୍ଯ୍ୟକଳାପ ଦିନକୁ ଦିନ ବଢ଼ିବାରେ ଲାଗିଛି।ତେଣୁ ଭୀଷ୍ମଗିରି ଠାରେ ଏକ ପୋଲିସ ଫାଣ୍ଡି ପ୍ରତିଷ୍ଠା କରାଯିବା ସହ ଆଇନଶୃଙ୍ଖଳା ବ୍ୟବସ୍ଥାକୁ କଡାକଡି କରାଯିବା ପାଇଁ ପ୍ରତିଦିନ ପୋଲିସ ପାଟ୍ରୋଲିଂ  କରାଯିବା। ପାନୀୟ ଜଳ ସମସ୍ୟା ଦୂରୀକରଣ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବା।ଗତ ୧୯୮୮ ମସିହାରେ ପ୍ରତିଷ୍ଠିତ ବାଳିକା ଉଚ୍ଚ ବିଦ୍ୟାଳୟ ର କୋଠା ନିର୍ମାଣ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରାଯିବା।ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଥିବା ପାଠାଗାର ଗୃହ ନିର୍ମାଣ କାର୍ଯ୍ୟ କୁ ସମ୍ପୂର୍ଣ୍ଣ କରାଯିବା ନେଇ ସ୍ମାରକପତ୍ର ରେ ଉଲ୍ଲେଖ ରହିଛି। ଭୀଷ୍ମଗିରି ଉନ୍ନୟନ ପରିଷଦ ର କାର୍ଯ୍ୟକର୍ତ୍ତା ବୃନ୍ଦାବନ ପଣ୍ଡା,ପ୍ରଶାନ୍ତ କୁମାର ପାଠୀ, ସିମାଞ୍ଚଳ ଗୌଡ଼,ପିତାମ୍ବର ଗୌଡ଼,ମାଗତା ପ୍ରଧାନ,ବି.ରାମ ପ୍ରସାଦ ପୃଷ୍ଟି ପ୍ରମୁଖ ବହୁ ସଂଖ୍ୟକ ଗ୍ରାମବାସୀ ଦିଗପହଣ୍ଡି ରେ ପହଞ୍ଚି ତହସିଲଦାର,ବିଡ଼ିଓ ଏବଂ ଆଇ ଆଇ ସି ଙ୍କୁ ସାକ୍ଷାତ କରି ଭୀଷ୍ମ ଗିରି ଗ୍ରାମରେ ଲାଗିରହିଥିବା ବିଭିନ୍ନ ସମସ୍ୟା ର ସ୍ଥାୟୀ ସମାଧାନ ପାଇଁ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ