ପୋଲିସ-ମଦ ମାଫିଆ ମଧୁଚନ୍ଦ୍ରିକା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଚୋରା ମଦ ବ୍ୟବସାୟୀଙ୍କ ସହ ଡିଲ୍ କରୁଛି ପୋଲିସ ।ପାରଳାଖେମୁଣ୍ଡିରେ ଏଭଳି ଏକ ଅଡିଓ ଗତ ଦୁଇଦିନ ହେଲା ଭାଇରାଲ ହେବାରେ ଲାଗିଛି । ଏହି ଭାଇରାଲ୍ ଅଡିଓ ଅନୁଯାୟୀ ଚୋରା ମଦ ଚାଲାଣବେଳେ କେହି ଜଣେ ଅଧିକାରୀ ମାଫିଆଙ୍କୁ ଧରିଥିଲେ, କିନ୍ତୁ ବଂଶୀ ଓ ଶ୍ରୀନୁଙ୍କ ଚାପରେ ଛାଡିଦେଇଥିଲେ । ଏଥିପାଇଁ ୧୦ହଜାର ଟଙ୍କା ଲାଞ୍ଚ ମାଗୁଥିବା ଅଡିଓରେ ଶୁଣାଯାଉଛି । ଅଡିଓରେ ବଂଶୀ ନାମକ ବ୍ୟକ୍ତି କଥା ହେଉଥିବାବେଳେ ଶ୍ରୀନୁକୁ କହିବା ପାଇଁ ନେହୁରା ହେଉଛି ମଦ ବେପାରୀ ।ଚୋରା ମଦ ବ୍ୟବସାୟୀଙ୍କ ସହ ଡିଲ୍ କରୁଛି ପୋଲିସମଦ ବିକ୍ରି ହେଲେ ପୋଲିସଙ୍କୁ ୧୦ ହଜାର ଟଙ୍କା ଦେବା କଥା କହୁଛି ସମ୍ପୃକ୍ତ ଚୋରା ମଦ ବ୍ୟବସାୟୀ । ତେବେ ଏହି ଅଡିଓରେ ଥିବା ବଂଶୀ ଏବଂ ଶ୍ରୀନୁ କିଏ ? ଏହି ଦୁଇ ଜଣ କେଉଁ ଥାନାର ଏବଂ ଏମାନଙ୍କ ସଂପୃକ୍ତିକୁ ନେଇ ଉଠିଛି ପ୍ରଶ୍ନ । ଏମାନଙ୍କ କଥାରେ କେଉଁ ଅଧିକାରୀ ଚୋରା ମଦକୁ ଧରି ପୁଣି ଛାଡି ଦେଇଥିଲେ ଏହି ଘଟଣାରେ କେଉଁ ପୋଲିସ ଅଧିକାରୀ ସମ୍ପୃକ୍ତ ଅଛନ୍ତି ସେନେଇ ଜଣାପଡ଼ିନାହିଁ। କୌଣସି ସାଧାରଣ ଲୋକେଟଙ୍କାମାଗୁଥିବା ନେଇ ଅଭିଯୋଗ ଆସିବା କ୍ଷଣି ତୁରନ୍ତ ମାମଲା ରୁଜୁ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଥାଏ ।କିନ୍ତୁ ଗତ ଦୁଇଦିନ ହେଲା ଏହି ଅଡିଓ ଭାଇରାଲ ହେଉଥିଲେ ମଧ୍ୟ ପୋଲିସର ତଦନ୍ତ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସୋମବାର ଠାରୁ ପୋଲିସର ମତାମତ ପାଇଁ ପ୍ରୟାସ କରାଯାଇଥିବାବେଳେ, ମଙ୍ଗଳବାର ସନ୍ଧ୍ୟା ଯାଏଁ ସମସ୍ତ ପୁଲିସ ଅଧିକାରୀ ଚୁପ୍ ବସିଥିଲେ । ଏହି ଘଟଣା ଗଜପତି ଜିଲ୍ଲାର ପୋଲିସ ଭାବ ମୁତ୍ତି କଳୁଷିତ କରିଦେଇଛି l ପୂର୍ବରୁ ମଧ୍ୟ ପାରଳାଖେମୁଣ୍ଡି ପୋଲିସ ଭାବ ମୂର୍ତ୍ତିକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କ ନୀରବତା କୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି l ତୁରନ୍ତ ଏହି ଘଟଣାର ସତ୍ୟତା କୁ ନେଇ ତଦନ୍ତ କରିବା ସହ ଏଥିରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧରଣଙ୍କ ମଧ୍ୟରେ ଦାବୀ ହେଉଛି l