ପୋଲିସ ମାଡରେ ଜଣେ ମୃତ , ଥାନାରେ ବ୍ୟାପକ ଭଙ୍ଗାରୁଜା
ନବରଙ୍ଗପୁର , ନବରଙ୍ଗପୁର ଜିଲ୍ଲା ଖୁଟିଗୁଡା ଗ୍ରାମରେ କୋଡିଙ୍ଗା ପୋଲିସର ଆକ୍ରମଣରେ ଜଣେ ଯୁବକଙ୍କର ଜୀବନ ଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଗ୍ତକାଲି ଖୁଟି ଗୁଡା ଠାରେ କୁକୁଡା ଲଢେଇ ଚାଲୁଥିବା ସମୟରେ ପୋଲିସ ତରଫରୁ ଚଢାଉ କରାଯାଇ କିଛି ଲୋକଙ୍କୁ ଘଟଣା ସ୍ଥଳରୁ ଉଠାଇ ଆଣି ମାଡ ମାରିଥିବା ଅଭିଯୋଗ ହୋଇଛି । ପୋଲିସର ମାଡରେ ପାଞ୍ଜିଆର ଗ୍ରାମର ଗୋବର୍ଦ୍ଧନ ବିନ୍ଧାଣୀଙ୍କର ମୃତ ହୋଇଥିବା ଜଣାପଡିଛି । ପୋଲିସ ମାଡ ମାରିଥିବା ବ୍ୟକ୍ତି ଗୁଡିକ ନବରଙ୍ଗପୁର ମୁଖ୍ୟ ଚିକିସ୍ରାଳୟରେ ଚିକିସ୍ରିତ ହେଉଥିବା ସମୟରେ ମୃତକଙ୍କୁ ପୋଲିସ ଏ ପର୍ଯ୍ୟନ୍ତ ପରିବାର ଲୋକଙ୍କୁ ହସ୍ତାନ୍ତର କରିନଥିବା ଅଭିଯୋଗ ହୋଇଛି । ମୃତ ସଂପର୍କୀୟ ମାନେ ରାସ୍ତା ଅବରୋଧ କରିବା ସହଥାନାରେ ଭଙ୍ଗାରୁଜା କରିଛନ୍ତି । ପୋଲିସର ଏହି ଘଟଣାକୁ ଅଂଚଳରେ ଘୋର ନିନ୍ଦା କରାଯାଇଛି ।