ପୋଲିସ ର ଜନସଚେତନ ଓ ମାସ୍କ ବଣ୍ଟନ

ବ୍ରହ୍ମପୁର,(ଓ୍ବାଇଏନ୍ଏସ୍):କରୋନା ଭୁତାଣୁ ସାରା ବିଶ୍ୱ କୁ ଭୟଙ୍କର ରୂପ ଧାରଣ କରିଚାଲିଛି l ଦେଶ ରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଡ଼ିଚାଲିଛି l ବ୍ରହ୍ମପୁର ପୋଲିସ ଗଂଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଞ୍ଚଳ ରେ ସମୁଦ୍ର କୂଳରେ ଥିବା ତିନୋଟି ଗ୍ରାମ ରେ ପୋଲିସ ପକ୍ଷରୁ ଜନସଚେତନ କାର୍ଯ୍ୟକ୍ରମ କରାଯାଇଛି l ସଚେତନ ଦ୍ୱରା ଉକ୍ତ ଭୁତାଣୁ କୁ ରୋକ ଯାଇପାରିବ lଶୁକ୍ରବାର ବ୍ରହ୍ମପୁର ସଦର ଏସଡିପି ଓ ଜୟନ୍ତ କୁମାର ମହାପାତ୍ର, ଗୋଳନ୍ଥରା ଥାନା ଅଧିକାରୀ ବାବୁଲି ନାୟକ ସୁନପୁର ମେରାଇନ ଥାନା ଅଧିକାରୀ ଗୌରାଙ୍ଗ ସାହୁ ଓ ଅନ୍ୟ ପୋଲିସ ଅଧିକାରୀ ସମୁଦ୍ର କୂଳରେ ଥିବା ସୁନାପୁର, ରାମାୟପାଟଣା ଓ ଚନ୍ଦନବାଡ ଗ୍ରାମ ରେ ଲୋକଙ୍କୁ କରୋନା ର ଭୟବତ ଉପର ସଚେତନ କରିଥିଲେ l ସାମାଜିକ ଦୂରତା ବଜାଇ ରଖିବା ସହ ହାତ କୁ ବାରମ୍ବାର ଧୋଇବେ ଓ ଜରୁରୀ କାମ ଥିଲେ ମାସ୍କ ପିନ୍ଧି ବାହାର କୁ ବାହାରି ବାକୁ ଅନୁରୋଧ କରିଥିଲେ l ଲକ ଡାଉନ ସମୟ ରେ କୌଣସି କାମ ନଥିଲେ ଲୋକଙ୍କୁ ବାହାର କୁ ନ ବାହାରି ପାଇଁ ସରକାର ଙ୍କ ନିୟମ କୁ ପାଳନ କରିବା ପାଇଁ ନିର୍ଦେଶ ଦେଇଥିଲେ l ପୋଲିସ ପକ୍ଷରୁ ମାସ୍କ ବଣ୍ଟନ କରାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ