ପୋଲିସ ର ଫ୍ଲାଗମାର୍ଚ୍ଚ

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୁରକ୍ଷା ବେବସ୍ଥା ନେଇ ଗଜପତି ଏସପି ଜୟରାମ ଶତପଥୀ ଙ୍କ ନିଦେଶ ରେ ଏସ୍ଡିପିଓ ଦିଲ୍ଲୀପ କୁମାର ନାୟକ ଙ୍କ ତତ୍ତ୍ୱାବଧାନରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ନିଜ ପୋଲିସ ଟିମ ସହିତ ମାଇକି ଜରିଆରେ ଲୋକ ଙ୍କୁ ସଚେତନତା କରାଇଥିଲେ I ବାଇକ ରେ ପୋଲିସ କର୍ମୀମାନେ ମୋହନା ଥାନା ପରିସର ରୁ ବାହାରି ବଜାର ରେ ଫ୍ଲାଗମାର୍ଚ୍ଚ କରି ଚାନ୍ଦିପୁଟ ପଯନ୍ତ ପହଞ୍ଚି ଥିଲେ I ଆଗରେ ମାଜିଷ୍ଟ୍ରେଟ ଦାଇତ୍ୱ ରେ ତହସିଲଦାର କିଶୋର ଦାଶ ରହିଥିବା ବେଳେ ପଛରେ ପୋଲିସ ଗାଡି ଯେଭଳି ଆଗାମୀ୧୬ରେ ପ୍ରଥମ ପର୍ଯ୍ୟାୟରେ ମୋହନା ବ୍ଲକ ରୁ ଆରମ୍ବ ହେବାକୁ ଥିବ ପଞ୍ଚାୟତ ନିର୍ବାଚନ ରେ କୋଣସୀ ନିର୍ବାଚନ ହିଂସ କାଣ୍ଡ ନ ହେବ ତାକୁ ନେଇ ସଚେତନତା କରାଯାଇଛି I କୋଣସୀ ବେକ୍ତି ଆଇନ କୁ ହାତକୁ ନ ନେଇ କୋଭିଡ ନୟମ ମାନି ଶାନ୍ତି ଶୃଙ୍ଖଳା ରେ ନିଜର ମତ ଦାନ କରିବେ କୋଣସୀ ଗଣ୍ଡାଗୁଳ ନ କରିବା ପାଇଁ ଅନୁରୋଧ କରାଇଥିଲେ ସେଇ ଭଳି ଅଡ଼ବା ଥାନା ଅଧିକାରୀ ଆନନ୍ଦ ପାତ୍ର ଓ ଏସ ଆଇ ପୋଲିସ ଟିମ ମିଳିତ ରେ ଅଡ଼ବା ଥାନା ପରିଶ୍ୱର ରୁ ଚାଲି ଚାଲି ବାହାରି ବଜାର ମୁଖ୍ୟ ଛକ ରେ ଲୋକ ଙ୍କୁ ସଚେତନତା କରାଇଥିବା ଦେଖିବାକୁ ମିଳିଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ