ପୋଲିସ ର ଫ୍ଲାଗ ମାର୍ଚ୍ଚ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :କରଞ୍ଜିଆ ପୋଲିସ ଥାନା ଅଞ୍ଚଳ ରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶାନ୍ତିପୂର୍ଣ୍ଣଭାବେ ସମାପନ କରିବା ଉଦ୍ଦେଶ୍ୟରେ କରଞ୍ଜିଆ ପୋଲିସ ପକ୍ଷ ରୁ ଆଜି କରଞ୍ଜିଆ ବ୍ଲକର ବିଭିନ୍ନ ପଞ୍ଚାୟତରେ ଫ୍ଲାଗ ମାର୍ଚ୍ଚ କରିଛି । ଆଜି କରଞ୍ଜିଆ ଥାନା ଭାରପ୍ରାପ୍ତ ଅଧିକାରୀ ରଞ୍ଜନ କୁମାର ସେଠୀଙ୍କ ନେତୃତ୍ୱରେ ଥାନାର ସହକାରୀ ସବ୍ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ବଳ, ସ୍ନେହଲତା ସାହୁ, କନେଷ୍ଟବଳ ତଥା ଓଡ଼ିଶା ପ୍ରଦେଶ ଆର୍ମ୍ଡ ପୋଲିସର ୫ମ ବ୍ୟାଟେଲିଅନ ସହକର୍ମୀ ମାନଙ୍କ ସହ ବିଭିନ୍ନ ପଞ୍ଚାୟତ ସମ୍ମୁଖରେ ଫ୍ଲାଗ ମାର୍ଚ୍ଚ କରିଥିଲେ। ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଭୟମୁକ୍ତ କରାଯିବା ସହ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ କଡ଼ା କଡ଼ି କରାଯିବ ବୋଲି ଥାନାଧିକାରୀ ଶ୍ରୀ ସେଠୀ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ