ପୋଲିସ ହେପାଜତ ରୁ ବେଡି ବନ୍ଧା କଏଦୀ ଫେରାର୍

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜ଼ିଲ୍ଲା ମୋହନା ମୁଖ୍ୟ ବଜ଼ାର ସ୍ଥିତ ଏକ ହୋଟେଲ ଲର୍ଜ ରୁ ଗୋଡ଼ ରେ ବେଡି ବନ୍ଧା ଜଣେ କଏଦୀ ରବିବାର ସକାଳୁ ଫେରାର୍ ହୋଇଯାଇଛି, ତେବେ କଏଦୀ ଜଣକ ମହାରାଷ୍ଟ୍ର ପୋଲିସ ହେପାଜତ ରୁ ଚମ୍ପଟ ମାରିଛି l ସୂଚନା ପ୍ରକାରେ ଗତ ୨୭/୧୦/୨୦୨୪ ରେ ମହାରାଷ୍ଟ୍ର ନାଗପୁର ର ଆକୋଲା ଷ୍ଟେସନ ରୁ ସ୍ଥାନୀୟ ପୋଲିସ ମୋହନା ବ୍ଲକ ଅଡବା ଥାନା ପୁରୁଣାସାହି ଗ୍ରାମର ଜୁଏଲ ଶବର ଓ ଆଭ୍ରମ ନାମକ ଦୁଇ ଯୁବକ ଙ୍କୁ ୨୪ କେଜି ୭୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଥିଲା, ଏନେଇ ଆକୋଲା ଥାନା କେସ୍ ନଂ ୪୦୬/୨୪ ରେ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତ ଦୁଇ ଜଣ କୁ ସ୍ଥାନୀୟ ଜେଲ୍ କୁ ପଠାଇଦିଆଯାଇଥିଲା, ୩୧/୧୦/୨୦୨୪ ରେ ଆକୋଲା ପୋଲିସ ଜୁଏଲ କୁ ରିମାଣ୍ଡ ରେ ଆଣି ପଚରା ଉଚରା କରିବା ସହ ଅଧିକ ତଦନ୍ତ ପାଇଁ ଅଭିଯୁକ୍ତ କୁ ଧରି ମୋହନା ଅଞ୍ଚଳ କୁ ଆସିଥିଲା, ଶନିବାର ବିଳମ୍ବିତ ରାତିରେ ମହାରାଷ୍ଟ୍ର ରୁ ଆସିଥିବା ପୋଲିସ ଟିମ୍ ମୋହନା ମୁଖ୍ୟ ବଜ଼ାର ସ୍ଥିତ ଏକ ହୋଟେଲ ର ଲର୍ଜ ରେ ଅଭିଯୁକ୍ତ କୁ ହେପାଜତ ରେ ରଖି ଗୋଟିଏ କୋଠରୀ ରେ ରହିଥିଲେ l ରବିବାର ସକାଳ ସମୟରେ ପୋଲିସ କର୍ମଚାରୀ ମାନେ ନିଦ ରେ ଥିବା ସୁଯୋଗ ନେଇ କଏଦୀ ଜୁଏଲ୍ କୋଠରୀ ରୁ ବାହାରି ଆସି ହୋଟେଲ ବାହାରକୁ ଗୋଡ଼ ରେ ବେଡି ବନ୍ଧା ଅବସ୍ଥା ରେ ଆସିଥିଲା, ହୋଟେଲ ନିକଟରେ ଥିବା ଏକ ଦୋକାନ ପଛପଟେ ପଥର ସାହାଯ୍ୟ ରେ ଗୋଡ଼ ର ବେଡି ଭାଙ୍ଗି ନିକଟସ୍ଥ ପୋଲ ଉପରୁ ଏକ ବୁଦା ମୂଳକୁ ଡେଇଁ ଫେରାର୍ ହୋଇଯାଇଥିଲା l କୋଠରୀ ରେ କଏଦୀ ନଥିବା ଦେଖି ପୋଲିସ କର୍ମଚାରୀ ମାନେ ବାହାରକୁ ଆସି ଖୋଜାଖୋଜି କରିଥିଲେ l ପରେ ମୋହନା ପୋଲିସ ସହାୟତା ରେ ସ୍ଥାନୀୟ ଲୋକଙ୍କ ପଚରା ଉଚରା କରିବା ପରେ କଏଦୀ ଜଣକୁ କିଛି ଲୋକ ଦେଖିଥିବା ପୋଲିସ କୁ ସୂଚନା ଦେଇଥିଲେ l ମହାରାଷ୍ଟ୍ର ଆକୋଲା ରେଲୱେ ଥାନା ଆସିଷ୍ଟାଣ୍ଟ ଇନ୍ସପେକ୍ଟର୍ ପଙ୍କଜ ଡୋକେ ଏବଂ ମୋହନା ଥାନା ଅଧିକାରୀ ବସନ୍ତ ସେଠି ଙ୍କ ସହ ପୋଲିସ ର ଏକ ଟିମ୍ ବିଭିନ୍ନ ସ୍ଥାନରେ ପହଞ୍ଚି ଫେରାର୍ କଏଦୀ ର ସନ୍ଧାନ ରେ ଲାଗିଛନ୍ତି l ତେବେ କାହିଁକି ଏବଂ କୋଉ ପରିସ୍ଥିତି ରେ ମହାରାଷ୍ଟ୍ର ପୋଲିସ ଜଣେ ଅଭିଯୁକ୍ତ କୁ ମୋହନା ଥାନା ରେ ନ ରଖି ଏକ ଲର୍ଜ ରେ ରଖିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଖବର ଲେଖା ଶେଷ ସୁଦ୍ଧା ଫେରାର୍ କଏଦୀ ର କୌଣସି ସନ୍ଧାନ ମିଳିପାରିନାହିଁ ମହାରାଷ୍ଟ୍ର ପୋଲିସ କହିବା ପ୍ରକାରେ ଗଜପତି ଜିଲ୍ଲା ଅନ୍ତରବ ଅଂଚଳ ବହୁ ଅଭିଯୁକ୍ତ ମାନେ ଗଞ୍ଜେଇ କେଶ ରେ ଧରାପଡିଥାନ୍ତି ତେଣୁ ଏହାର କିଙ୍ଗ ପିନ କୁ ଧରିବା ମୁଖ୍ୟ ଲକ୍ଷ୍ୟ ଥିଲା ବୋଲି କହିଛନ୍ତି ଅନ୍ୟ ପକ୍ଷେ ଅଭିଯୁକ୍ତ ଫେରାର ନେଇ ଆକୋଲା ପୋଲିସ ମୋହନା ଥାନା ରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ