ପୋଲ ଉପରୁ ଛାତ୍ରୀ ନଦୀକୁ ଡେଇଁ ନିଖୋଜ

ନିଶ୍ଚିନ୍ତକୋଇଲି : ପୋଲ ଉପରୁ ଜଣେ ଛାତ୍ରୀ ନଦୀକୁ ଡେଇଁ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଛାତ୍ରୀ ଜଣଙ୍କ ପରିଚୟ ବଳ୍ଲଭ ଦେବୀ ମହିଳା ମହାବିଦ୍ୟାଳୟର ଯୁକ୍ତ ୨ ଛାତ୍ରୀ ମୋନାଲିସା ମହାନ୍ତି ବୋଲି ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ ଆଜି ଅପରାହ୍ନରେ ଜଣେ ଛାତ୍ରୀ ପୋଲ ଉପରୁ ହଠାତ୍ ନଦୀକୁ ଡେଇଁ ବୁଡି ଯାଉଥିବା ସମୟରେ ସ୍ଥାନୀୟ ଲୋକେ ଏହା ଦେଖି ସଂଗେ ସଂଗେ ନିକଟସ୍ଥ ଦମକଳ ବାହିନୀକୁ ଖବର ଦେଇଥିଲେ ।ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବହୁ ଖୋଜ ଖୋଜି ପରେ ମଧ୍ୟ ଛାତ୍ରୀ ଜଣଙ୍କ ଖବର ମିଳିପାରିନାହିଁ । ପ୍ରେମ ଜନିତ କାରଣରୁ ମାନସିକ ଚାପରେ ଛାତ୍ରୀ ଜଣକ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ