ପୋଲ ଉପରେ ବଢୁଚି ଟ୍ରକ୍ ପାର୍କିଂ; ଆଶନ୍ନ ଦୁର୍ଘଟଣାକୁ ଚିନ୍ତାରେ ସ୍ଥାନୀୟ ଲୋକ
ଘଟଗାଁ,(ନାରାୟଣ ପଲାଇ):ବର୍ତମାନ ସାରା କେନ୍ଦୁଝର ଜିଲ୍ଲାରେ ପ୍ରଚୁର ମାତ୍ରାରେ ଆଇରନ୍ ଟ୍ରକ୍ ଜାତାୟତ କରୁଥିବା କାରଣରୁ ଅନେକ ସ୍ଥାନରେ ବଡ ବଡ ଦୁର୍ଘଟଣା ହେଉଥିବା ଦେଖିବାକୁ ମିଳୁଛି । ବିଶେଷ କରି ଟ୍ରକ୍ ଗୁଡିକ ରାସ୍ତାର ପୋଲ ଉପରେ ଘଂଟା ଘଂଟା ଧରି ଠିଆ ହୋଇ ରହୁଥିବା କାରଣରୁ ଦୁର୍ଘଟଣା ହେଉଥିବା ଜଣାପଡୁଛି । ତେବେ ବିଗତ କିଛି ଦିନ ହେବ ଏହାର ସ୍ପଷ୍ଟ ଦୃଶ୍ୟ ଦେଖିବାକୁ ମିଳୁଛି ଘଟଗାଁ ବ୍ଲକ୍ ଅନ୍ତର୍ଗତ ଗଦାଧରପୁର ଛକ ନିକଟରେ ନିର୍ମାଣ ହୋଇଥିବା କୁକୁରକଟା ନଦି ପୋଲ ଉପରେ । ରାତିଦିନ ୨୪ଘଂଟା ଏହି ପୋଲ ଉପରେ ଆଇରନ୍ ଟ୍ରକ୍ ଗୁଡିକ ପାର୍କିଂ କଲାଭଳି ଠିଆ କରି ରଖୁଛନ୍ତି । ପୋଲ ଉପରେ ଟ୍ରକ୍ ଗୁଡିକ୍ ଠିଆ ହୋଇ ଜାମ୍ କରିବା କାରଣରୁ ରାସ୍ତାର ଉସାର କମିଯାଉଛି । ଯାହାଫଳରେ ସେହି ବାଟ ଦେଇ ଜାତାୟତ କରୁଥିବା ଗାଡି ଗୁଡିକ ଅଧିକାଂଶ ସମୟରେ ଭାରସାମ୍ୟ ହରାଇ ଶାଶ୍ଚର୍ଯ୍ୟଜନକ ଦୁର୍ଘଟଣାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି । ତାସହିତ ଲୋକଙ୍କ କହିବା କଥା ଟ୍ରକ୍ ଗୁଡିକ ରାସ୍ତା ଉପରେ ଅତ୍ୟଧିକ ଦୃତଗତିରେ ଚଲାଉଛନ୍ତି । ଫଳରେ ଦୁର୍ଘଟଣା ହୋଇ ଲୋକମାନଙ୍କର ଜୀବନ ଜିବା ସହିତ ଅଧିକାଂଶ ସମୟରେ ଗାଈ, ଛେଳି, ବଳଦ, କୁକୁର ଇତ୍ୟାଦି ପଶୁ ପକ୍ଷୀ ମାନଙ୍କର ମଧ୍ୟ ଜୀବନ ହାନି ଦେଖିବାକୁ ମିଳୁଛି । ପ୍ରଥମେ କିଛି ବର୍ଷ ତଳେ ଗାୟତ୍ରୀ କମ୍ପାନୀ ୨୦ ନଂ ଜାତୀୟ ରାଜପଥକୁ ଅଧପନ୍ତରିଆ କରି ରାସ୍ତାରେ ବିପଦ ଛାଡି ଚାଲିଯାଇଥିବା ବେଳେ ବର୍ତମାନ ଦିନରେ ଆଇରନ୍ ଟ୍ରକ୍ ଗୁଡିକ ବିପଦର ଘଂଟି ହୋଇ ପୋଲ ଉପରେ ଠିଆ ହୋଇ ରହୁଛନ୍ତି । ସ୍ଥାନୀୟ ଲୋକେ ଯେତେ କହିଲେବି ତାଙ୍କ କଥାକୁ ବେଖାତିର୍ କରି ପୋଲ ଉପରେ ଗାଡି ରଖୁଥିବା ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଏଭଳି ଟ୍ରକ୍ ଗୁଡିକ ପୋଲ ଉପରେ ଦିନ ରାତି ଖୁଲମ୍ଖୁଲା ରହୁଥିଲେ ମଧ୍ୟ ସବୁଦେଖି ଜିଲ୍ଲା ପ୍ରଶାସନ ଏବଂ ବ୍ଲକ୍ ପ୍ରଶାସନ ଅଣଦେଖା କରୁଛି । ଆଗାମି ଦିନରେ ଜିଲ୍ଲାପ୍ରଶାସନ ଏବଂ ବ୍ଲକ୍ ପ୍ରଶାସନ ଏ ସମ୍ବନ୍ଧରେ କୌଣସି ସୁବନ୍ଦୋବସ୍ଥ ନ କରନ୍ତି ! ତେବେ ଲୋକେ ରାଜରାସ୍ତାକୁ ଅବରୋଧ କରିବେ ବୋଲି ଚେତାବନି ଦେଇଛନ୍ତି ।