ପୋଲ ଉପରେ ବନ୍ୟା ଜଳ, ୩ଟି ପଞ୍ଚାୟତ ସହ ଚନ୍ଦ୍ରପୁର ବ୍ଲକକୁ ଯୋଗାଯୋଗ ବିଛିନ୍ନ

ମୋହନା, (ଅଂଶୁମାନ ପଣ୍ଡା) : ଲଘୁଚାପ ଜନିତ ଲଗାଣ ବର୍ଷାରେ ଫଳରେ ନଦୀ ଜଳ ବୃଦ୍ଧି ପାଇ ଅନେକ ସ୍ଥାନରେ ଅସ୍ଥାଈ ପୋଲ ଧୋଇ ଯିବା ଶହ ଘର ଗୁଡ଼ିକର କାନ୍ତ ଭୂସୁଡି ପଡିଥିବା ଦେଖିବାକୁମିଳିଛି, ଗଜପତି ଜିଲ୍ଲା ମୋହନା ବ୍ଲକର ଦୁର୍ଗମ ଅଂଚଳ ଗରଡ଼ମା ପଞ୍ଚାୟତ ପାପଏଜୁ ଗାଁ ନିକଟରେ ଥିବା ପୋଲ ଉପରେ ଗଦାପୁରୁ ନଦୀ ୪ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଛି । ଘାଇ ସୃଷ୍ଟି ହେବା ସହ ଉଭୟ ପାଶ୍ୱରେ ମାଟି ଧୋଇ ହୋଇଯାଇଛି ପୋଲ ମଝିରେ ବଡ ଗାତ ସୃଷ୍ଟି ହୋଇଛି । ଫଳରେ ମୋହନା ବ୍ଲକ ପାଣିଗଣ୍ଡା, କଟାମା ଗରଡ଼ମା ପଞ୍ଚାୟତ ଯାହାକି ୫୦ରୁ ଉର୍ଦ୍ଧ ଗ୍ରାମ ସମେତ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକକୁ ସଂଲଗ୍ନ କରୁଥିବା ମୁଖ୍ୟ ରାସ୍ତାରେ ସପ୍ତାହେ ହେଲାଣି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି, ଫଳରେ ଶହ ଶହ ଗ୍ରାମବାସୀ ନାହିଁ ନଥିବା ହଇରାଣ ଭୋଗୁଛନ୍ତି । ଗ୍ରାମ ଗୁଡ଼ିକରେ ଘରେ ଖାଇବା ପାଇଁ ରେଶନ ସାମଗ୍ରୀ ସରିବାକୁ ବସିଲାଣି ଅନେକ ଗ୍ରାମରେ ଜ୍ୱରରେ ଅନେକ ବ୍ୟକ୍ତି ଆକ୍ରାନ୍ତ ହୋଇ ଘରେ ରହିଛନ୍ତି, ମେଡିକାଲ ନେବା ପାଇଁ ସୁବିଧା ନାହିଁ ଯେହେତୁ ପାଣି ୪ପୁଟରେ ଯାଉଥିବା ବେଳେ ଯାନବାହାନ ଚଳାଚଳ ବନ୍ଦ ରହିଛି, ସ୍ତାନୀୟ ଲୋକେ ଜୀବନକୁ ବାଜି ଲଗାଇ ଜଣେ ଶିଶୁ ଗୁରୁତର ଥିବାରୁ ତାଙ୍କୁ ମେଡିକାଲ ନେବା ପାଇଁ ବାଇକକୁ କାନ୍ଦରେ ବୋହୀ କଷ୍ଟରେ ପୋଲ ପାର ହୋଈ ବ୍ରାହ୍ମୀଣିଗାଁ ମେଡିକାଲକୁ ନେଇଥିଲେ, ସେହି ପରି ଜଣେ ବୃଦ୍ଧାଙ୍କ ହାତ ଭାଙ୍ଗିବାରୁ ତାକୁ ଦୋଳାରେ ଵୋହି ନେଇଥିଲେ ଢେପାଗୁଡା ଗାଁକୁ ପୋଲରେ ପାଣି ଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ କି କଲେଜ୍ ରେ ପହଞ୍ଚି ପାରୁନାହାନ୍ତି, ପ୍ରୀୟ ୭ଦିନ ବିତିଯାଇଥିଲେ ମଧ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର କୌଣସି ଅଧିକାରୀ ପହଞ୍ଚି ପାରିନାହାଁନ୍ତି କି ବ୍ଲକ୍ ପ୍ରଶାସନ ମଧ୍ୟ ଗ୍ରାମ ଗୁଡ଼ିକୁ ପହଂଚି ନଥିବା ଅଭିଯୋଗହେଉଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ