ପୋଲ ତଳକୁ ବାଇକ ଖସି ଚାଳକ ଗୁରୁତର

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ହିଂଜିଳି ଥାନା ଚାନ୍ଦୁଲି ନିକଟସ୍ଥ ଏକ ପୋଲ ତଳକୁ ଭାରସାମ୍ୟ ହରାଇ ବାଇକ ଖସିପଡ଼ିବାରୁ ଚାଳକ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣକ ହେଲେ ବ୍ରହ୍ମପୁର ସଦର ଥାନା ଗୋପିନାଥପୁର ଗ୍ରାମର ରାଜୁ ବେହେରା (୪୬) ।
ପ୍ରକାଶ ଯେ, ରବିବାର ରାତିରେ ରାଜୁ କୌଣସି କାମରେ ବାଇକ ଯୋଗେ ଗ୍ରାମରୁ ସମ୍ପର୍କୀୟଙ୍କ ଗ୍ରାମ ମହାଛାଇ ଗ୍ରାମକୁ ଯାଇଥିଲେ । ଯିବା ସମୟରେ ଭାରସାମ୍ୟ ହରାଇ ହିଂଜିଳି ଥାନା ଚାନ୍ଦୁଲି ନିକଟସ୍ଥ ଏକ ପୋଲ ତଳକୁ ଖସିପଡ଼ି ଗୁରୁତର ଆହତ ହୋଇଥିଲେ । ସୋମବାର ସକାଳେ ନିକଟସ୍ଥ ଗ୍ରାମର କିଛି ଲୋକେ ଶୌଚ ସକାଶେ ପୋଲ ନିକଟକୁ ଯାଇଥିବା ବେଳେ ଆହତଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଦେଖି ଘଟଣା ସ୍ଥଳରୁ ଉଦ୍ଧାର କରି ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ