ପୋଲ ତଳୁ ଯୁବକଙ୍କ କ୍ଷତାକ୍ତ ଶବ ସହିତ ସାଇକଲ ଉଦ୍ଧାର,ତଦନ୍ତ ଜାରୀ
ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ ତେଜାମାହା ରାସ୍ତାର ବରାଳ ଦେବୀ ମନ୍ଦିର ନିକଟରେ ଥିବା ଏକ ପୋଲ ତଳୁ ଜଣେ ଯୁବକର କ୍ଷତବିକ୍ଷତ ଶବ ଏକ ସାଇକେଲ ସହ ଉଦ୍ଦାର କରାଯାଇଛି । ପାରିପାଶ୍ୱିର୍କ ପରିସ୍ତିତି କୁ ଅନୁଧ୍ୟାନ କଲେ ଏହା ଏକ ସୁଚିନ୍ତିତ ହତ୍ୟା କାଣ୍ଡ ବୋଲି ଜଣାପଡୁଥିବା ବେଳେ ଫିରିଙ୍ଗିଆ ପୋଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ସୋମବାର ସକାଳୁ ବନ୍ଧଗଡ ଗାଁର କିଛି ଲୋକ ଶୈାଚ ପାଇଁ ପୋଲ ନିକଟକୁ ଯାଇଥିବା ବେଳେ ଏହି କ୍ଷତବିକ୍ଷତ ଶବ ସାଇକେଲ ସହ ପଡିଥିବା ଦେଖି ପୋଲିସ କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଫିରିଙ୍ଗିଆ ଦମକଳ ବାହୀନି ସହ ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ପହଂଚି ଅଗ୍ନିଶମ ବାହୀନି ସାହାଯ୍ୟରେ ଶବକୁ ଉଦ୍ଧାର କରା ଯାଇଥିଲା । ମୃତ ଯୁବକ ଜଣକ କନ୍ଧମାଳ ଜିଲ୍ଲା କ.ନୁଆଗାଁ ବ୍ଲକ ସାରଙ୍ଗଗଡ ଥାନା ଗଲେସୁଗା ଗାଁର ଗୁଣମଣି ପ୍ରଧାନ ବୋଲି ଜଣାପଡିଛି । ଗୁଣମଣି ଚାରିଦିନ ହେବ ନିଜ ଘରୁ କୈାଣଷି କାମରେ ବାହାରକୁ ଆସିଥିଲେ । ଗତ କାଲି ଫିରିଙ୍ଗିଆ ବ୍ଲକ ଉପର ଦଣ୍ଡିକିଆ ଗାଁରେ ଏକ ଭୋଜି କର୍ଯ୍ୟରେ ଯୋଗଦେବା ପରେ ସଂଧ୍ୟା ସମୟରେ ତାଙ୍କର ଜଣେ ସମ୍ପର୍କିୟଙ୍କ ସାକେଲ ନେଇ ତେଜାମାହା ଗାଁକୁ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ବୋଲି ଫିରିଙ୍ଗିଆ ଥାନାର ତଦନ୍ତକାରୀ ଅଫିସର ଏ.ଏସ.ଆଇ ଭିଭୁଦତ ଶର୍ମା ସୂଚନା ଦେଇଛନ୍ତି । ତେବେ ଶବକୁ ଜବତ କରିବା ସହିତ ବ୍ୟବଛେଦ ପାଇଁ ପଠାଇ ଏହି ସକ୍ରାନ୍ତରେ ଫିରିଙ୍ଗିଆ ଥାନାରେ ଏକ ଅପମୃତ୍ୟୁ ମାମଲା ୧୦/୨୦୨୦ ରୁଜୁ କରି ତଦନ୍ତ ଜାରି ରହିଥିବା ପୋଲିସ ସୁତ୍ରରୁ ଜଣାପଡିଛି । ବ୍ୟବଛେଦ ପରେ ଶବକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।