ପୋଷା ଜୀବଙ୍କୁ ପିନ୍ଧାଯାଉଛି ଡାଏପର୍

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ, ମାତ୍ର ଏହା ସତ । ନ୍ୟୁୟର୍କ, ଡେନେଭର୍ ଏବଂ ଲସ୍ଏଞ୍ଜେଲ୍ସ ଆଦି ସ୍ଥାନରେ ଏବେ ଛୋଟ ପିଲାଙ୍କ ଭଳି ପୋଷା ଜୀବଙ୍କୁ ଡାଏପର୍ ପିନ୍ଧାଯାଉଛି । ବିଶେଷକରି ଏଠାରେ ଚିକେନ୍ ଡାଏପର୍ର ଚାହିଦା ଅଧିକ ରହିଛି । ନ୍ୟୁହାମ୍ପସାୟାର୍ ନିବାସୀ ଜୁଲି ବେକର୍ ଏହି ଅଦ୍ଭୁତ କୌଶଳର ସୃଷ୍ଟିକର୍ତ୍ତା । କୁକୁଡ଼ାଙ୍କ ମଳତ୍ୟାଗ ପରିବେଶକୁ ଦୂଷିତ କରୁଥିବା ଲକ୍ଷ୍ୟକରି ସେ ବେଶ୍ ଚିନ୍ତିତ ଥିଲେ । ଥରେ ୟୁଟ୍ୟୁବ୍ରେ ଏଭଳି ଡାଏପର୍ ସମ୍ପର୍କରେ ଜାଣିବା ପରେ ଲାଗିପଡ଼ିଲେ ତିଆରିରେ । ଚିକେନ୍ ଡାଏପର୍ ନାଁରେ ଏହାର ବିକ୍ରୟ ଆରମ୍ଭ କଲେ । ବିଭିନ୍ନ ଦେଶର କୁକୁଡ଼ା ଫାର୍ମର ମାଲିକମାନେ ତାଙ୍କଠାରୁ ଏହି ଡାଏପର୍ କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଜୁଲି ମଧ୍ୟ ଏହି ବ୍ୟବସାୟରୁ ବର୍ଷକୁ ପ୍ରାୟ ୫୦ହଜାର ଡଲାର୍ ରୋଜଗାର କରୁଛନ୍ତି । ମାସକୁ ପ୍ରାୟ ୫୦୦ରୁ ୧ହଜାରଟି ଡାଏପର୍ ବିକ୍ରି କରୁଛନ୍ତି ସେ । ଚିକେନ୍ ଡାଏପର୍ର ଲୋକପ୍ରିୟତା ବଢ଼ିବା ଦେଖି ଜୁଲି ଅନ୍ଲାଇନ୍ ଅର୍ଡର୍ର ବ୍ୟବସ୍ଥା ମଧ୍ୟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ