ପୋଷ୍ଟଅଫିସ ଲେନ ରାସ୍ତାକୁ ଅବରୋଧ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପଶ୍ଚିମ ପଟକୁ ଥିବା ପୋଷ୍ଟଅଫିସ ଲେନ ରାସ୍ତାଟିକୁ ଅବରୋଧକରି କେତେକ ସ୍ଥାନୀୟ ବାସୀନ୍ଦା ଜୋରଜବରଦସ୍ତ ଇଟା ସିମେଂଟ ପକାଇ ଘର ତିଆରି କରୁଥିବାରୁ ଏହା ଦ୍ୱାରା ସେହି ବସ୍ତିରେ ରହୁଥିବା ଅଧିବାସୀମାନେ ସେମାନଙ୍କ ଘରକୁ ଯିବାଆସିବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରାସ୍ତାକୁ ଅବରୋଧକରି ତିଆରି ହେଉଥିବା ଘରକୁ ନେଇ ପ୍ରତିବାଦ କରାଯିବାରୁ ପୈାରସଂସ୍ଥାରେ କାର୍ଯ୍ୟରତ ଜନୈକ ମହିଳାଙ୍କ ସମ୍ପର୍କୀୟଙ୍କ ଦ୍ୱାରା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ର୍ଦୁବ୍ୟବହାର କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏସମ୍ପର୍କରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ହ୍ୱାଟସଅପ ନମ୍ବରରେ ଏକ ଭିଡିଓ ଫୁଟେଜ ମଧ୍ୟ ପଠାଯାଇଥିବା ଅଭିଯୋଗକାରୀ କହିଛନ୍ତି । ଏହି ଅଭିଯୋଗର ତୁରନ୍ତ ତଦନ୍ତ କରାଯାଇ ରାସ୍ତା ଉପରେ ନିର୍ମିତ ଘରଗୁଡିକୁ ଭଙ୍ଗାଯିବା ପାଇଁ ସେହିବସ୍ତିର ଅଧିବାସୀଙ୍କ ପକ୍ଷରୁ ସେକ ଅନସର ଅଲ୍ଲୀ, ସେକ ତାଜୁଦ୍ଦିନ, ସେକ ସାକିର, ସେକ ନାଜୁଦ୍ଦିନ, ସେକ ଜମାଲୁଦ୍ଦିନ, ସେକ ସବିର, ସେକ ଜାକିର, ସେକ ଅଫସର ଅଲ୍ଲୀ, ସେକ ମନୁଅର, ସେକ ସଲିମ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ