ପୋଷ୍ଟ ଅଫିସ ଜରିଆରେ ଲକଡାଉନ ସମୟରେ ମୌଳିକ ଡାକ ଏବଂ ଆର୍ଥିକ ସେବା ଯୋଗାଇ ଦିଆଯିବ

ନୂଆଦିଲ୍ଲୀ : କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଲକଡାଉନ ସମୟରେ ପୋଷ୍ଟ ଅଫିସଗୁଡ଼ିକ ଜରିଆରେ ମୌଳିକ ଡାକ ଏବଂ ଆର୍ଥିକ ସେବା ଯୋଗାଇ ଦିଆଯିବ । ଡାକ ନେଟୱର୍କ ଜରିଆରେ ଜରୁରି ସାମଗ୍ରୀ ଯୋଗାଣ ଉପରେ ପ୍ରାଥମିକତା ଦିଆଯାଉଛି । ପୋଷ୍ଟ ଅଫିସ ସେଭିଂସ ବ୍ୟାଙ୍କ ଏବଂ ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ ଜରିଆରେ ଟଙ୍କା ଜମା ଏବଂ ଉଠାଣ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି । ଯେକୌଣସି ବ୍ୟାଙ୍କରେ ଥିବା ଆକାଉଂଟରୁ ଟଙ୍କା ଉଠାଇବା ଲାଗି ପୋଷ୍ଟ ଅଫିସଗୁଡ଼ିକରେ ଏଟିଏମ ସୁବିଧା ଏବଂ ଆଧାର ସଂଯୁକ୍ତ ପଇଠ ବ୍ୟବସ୍ଥା ଉପଲବ୍ଧ କରାଯାଇଛି । ଡାକ ବିଭାଗ ଏହାର କର୍ମଚାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ସମସ୍ତ ସତର୍କତା ପଦକ୍ଷେପକୁ କାର୍ଯ୍ୟକାରୀ କରିଛି । ଏଥିସହିତ ନାଗରିକମାନଙ୍କ ନିକଟରେ ପୋଷ୍ଟ ଅଫିସ ଶୃଙ୍ଖଳ ଚକ୍ର ଜରିଆରେ ଜରୁରି ସେବା ନିରାପଦ ଭାବେ ପହଁଚାଇବା ଲାଗି ପ୍ରଭାବୀ ପଦକ୍ଷେପ ଗ୍ରହଣ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ