ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ବୁଲିଲା ସଚେତନତା ରଥ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି , ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନ ସପ୍ତାହ ନଭେମ୍ବର ୧୪ରୁ ୨୦ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଥିବା ବେଳେ ଏହି ପରିପ୍ରେକ୍ଷୀ ଆଜି ଏହି ସମ୍ବନ୍ଧୀୟ ଏକ ସଚେତନତା ରଥକୁ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ଆଜି ଠାରୁ ୨୦ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲା ବୁଲି ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ଲୋକମାନଙ୍କୁ ସଚେତନ କରାଇବ । ସେଗୁଡିକ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ଯୋଗ୍ୟତା, ପୋଷ୍ୟ ସନ୍ତାନ ଗ୍ରହଣ ସଂପର୍କିତ ନୀୟମାବଳୀ ଏବଂ ସବିଶେଷ ସୂଚନା, ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ଆବଶ୍ୟକୀୟ କାଗଜ ସମ୍ପର୍କିତ ସୂଚନା , ଏଜେନ୍ସି ଗୁଡିକରେ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ଉପଲବ୍ଧ ରହିଥିବା ଶିଶୁ ମାନଙ୍କ ସୂଚନା , ଅନଲାଇନ ପଞ୍ଜିକରଣ ସୂଚନା ଉପରେ କରାଯିବ । ଖାସ୍ କରି ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଇଚ୍ଛୁକ ବ୍ୟକ୍ତି ମାନେ ସେମାନଙ୍କ ନାମ ଅନଲାଇନ୍ ମାଧ୍ୟମରେ www.cara.nic.in ରେ ପଞ୍ଜିକୃତ ପାରିବେ ବୋଲି ରଥ ମାଧ୍ୟମରେ ବୁଲି ପ୍ରଚାର କରାଯିବ । ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ନିର୍ଦ୍ଧାରିତ ଦେୟ ବ୍ୟବସ୍ଥା ରହିଛି ଏହି ନିର୍ଦ୍ଧାରିତ ଦେୟ ବ୍ୟତୀତ ଅନ୍ୟକୈାଣସି ଆର୍ଥକ କିମ୍ବା ଅଣ-ଆର୍ଥିକ ନେଣ ଦେଣ ସମ୍ପୂର୍ଣ୍ଣ ଭାବେ ବେଆଇନ ଅଟେ ବୋଲି ମଧ୍ୟ ସଚେତନତା କରାଯିବ । ଏଥିରେ ଅନ୍ୟମାନଙ୍କମଧ୍ୟରେ ଡେପୁଟିକଲେକ୍ଟର ବିଜୟାନନ୍ଦ ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସବୋଧ କୁମାର ଷଡଙ୍ଗୀ, ଶିଶୁ ଅଧିକାରୀ ସୁଶାନ୍ତ କୁମାର ସାହୁ, ସଂଯୋଜକ ଶିବ ପ୍ରସାଦ ରଥ, କାମେଶ୍ୱର ପରିଡାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ରଥ ପୋଲସରା ରେ ୨୦ତାରିଖରେ ପହଞ୍ଚି ବିଶାଳ ସଚେତନତା ସଭା ଆୟୋଜନ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି ।