ପୋଷ୍ୟ ସନ୍ତାନ ଗ୍ରହଣ ସପ୍ତାହ ପାଳିତ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଆନୁକୁଲ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ପୋଷ୍ୟ ସନ୍ତାନ ଗ୍ରହଣ ସପ୍ତାହ ପାଳନର ଅନ୍ତିମ ଦିବସରେ ଏକ ସଚେତନତା ସଭା ବୁଧବାର ପୂର୍ବାହ୍ନରେ ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଉଦୟ ନାଥ ଜେନାଙ୍କ ସଭାପତିତ୍ୱରେ ଓ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ମୁଖ୍ୟ ଅତିଥି ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଚିନ୍ମୟୀ ରଥ, ଶିଶୁ ମଙ୍ଗଳ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷା ସ୍ମିତାଞ୍ଜଳି ମହାପାତ୍ର ,ପୂର୍ବତନ ଅଧ୍ୟକ୍ଷ ଶିଶିର କୁମାର ରାଉତରାୟ କିଶୋର ନ୍ୟାୟ ପରିଷଦର ସଦସ୍ୟ ରବିନ୍ଦ୍ର ପ୍ରସାଦ ଜେନା,ନେଚର୍ସ କ୍ଲବର ସମ୍ପାଦକ ବିରଜା ପ୍ରସାଦ ପତି ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦେଶକ ଚନ୍ଦ୍ରକାନ୍ତ ନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଂଚାସୀନ ଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ବିବେକାନନ୍ଦ ଅତବୁଦ୍ଧି,ଶିଶୁ ମଙ୍ଗଳ ସମିତିର ସଦସ୍ୟା ଲଳିତାଞ୍ଜଳି ଦାସଙ୍କ ସମେତ ଅତିଥିମାନେ ପୋଷ୍ୟ ସନ୍ତାନ ଗ୍ରହଣର ବିଭିନ୍ନ ବିଦ୍ଧି ବ୍ୟବସ୍ଥା,ଶିଶୁମାନଙ୍କ ଅଧିକାର,ଶିଶୁ ସୁରକ୍ଷା ସମିତିର ଦାୟିତ୍ୱ ଓ କର୍ତ୍ତବ୍ୟ,ଶିଶୁ ମାନଙ୍କ ଅଧିକାର ସୁରକ୍ଷା,ପୋଷ୍ୟ ସନ୍ତାନ ଗ୍ରହଣରେ କେନ୍ଦ୍ରାପଡା ଜିଲ୍ଲାର ସଫଳତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଥିବା କୋରୁଆର ପଲ୍ଲୀଶ୍ରୀ ମହିଳା ସମିତିର ଇଛାମୟୀ ରାଉତ ପୋଷ୍ୟ ସନ୍ତାନ ସମ୍ପର୍କୀତ ନୃତ୍ୟ ପରିବେଷଣ କରିଥିବା ବେଳେ ଭିନ୍ନକ୍ଷମ ଅଲିଭା ସୁନ୍ଦର ଆମ କେନ୍ଦ୍ରାପଡା ଗୀତର ତାଳେ ତାଳେ ଚିତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକରୁ ସିଡିପିଓ,ସୁପରଭାଇଜର,ଆଶାକର୍ମୀ ଓ ବିଭିନ୍ନଅନାଥାଶ୍ରମର କର୍ମକର୍ତ୍ତାଙ୍କ ସମେତ ପଲ୍ଲୀଶ୍ରୀ ମହିଳା ସମିତିର ଶ୍ରୀକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ବାଦଲ କୁମାର ଦାସ,କନକଲତା ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହ ଯୋଗ କରିଥିବା ବେଳେ ପ୍ରମୋଦ କୁମାର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।