ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କିତ ସଚେତନତା କର୍ମଶାଳା

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ସଦଭାବନା ସଭାଗୃହ ଠାରେ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ୨୦୨୪ ଅବସରରେ ଆଇନଗତ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ଯୋଗ ଦେଇ ପ୍ରତ୍ୟେକ ଶିଶୁ କିପରି ସୁରକ୍ଷିତ ରହିବେ ଏହା ସମସ୍ତଙ୍କର ଦାୟିତ୍ଵ ବୋଲି କହିଥିଲେ।ଅନ୍ୟମନଙ୍କ ମଧ୍ୟରେ ଏସ ଜେ ପି ୟୁ ର ଅଧ୍ୟକ୍ଷ ଡିଏସପି ପ୍ରମୋଦ ମଲ୍ଲିକ,ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଡକ୍ଟର ମୃତ୍ୟୁଞ୍ଜୟ ପଣ୍ଡା,ସଦସ୍ୟ ଶତ୍ରୁଘ୍ନ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିବା ବେଳେ କଟକ ଶିଶୁ ମଙ୍ଗଳ କମିଟି ର ଅଧ୍ୟକ୍ଷ ପ୍ରମୋଦ ଆଚାର୍ଯ୍ୟ,ଚିତ୍ତରଞ୍ଜନ ମହାନ୍ତି ସମ୍ବଳ ବ୍ୟକ୍ତି ଭାବେ ଯୋଗ ଦେଇ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କିତ ଆଇନ ଓ ଆବେଦନ ପ୍ରକ୍ରିୟା ସଂପର୍କରେ ଆଲୋଚନା କରିଥିଲେ।ଏହି କର୍ମଶାଳାରେ ଜିଲ୍ଲାର୍ ,ସିଡିପିଓ, ପୋଲିସ ଅଧିକାରୀ ଓ ମେଡିକାଲ ଅଫିସର ଅଂଶ ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଦେବାଙ୍ଗନା ବାରିକ ପରିଚାଳନା କରିଥିବବେଲେ ସଂଯୁକ୍ତା ରାଉତ ଧନ୍ୟବାଦ ଦେଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ