ପୋସ୍କୋ ଜମି ଅଧିଗ୍ରହଣ ମାମଲା ରେ ଜିଲ୍ଲାପାଳଙ୍କ ଚକ୍ରାନ୍ତ
ତିର୍ତୋଲ, (ଅଭିଷେକ ତ୍ରିପାଠୀ ) : ଓଡିଶା ରାଜ୍ୟ ଛାଡି ଅନ୍ୟ ରାଜ୍ୟ କୁ ମୁହାଁଇଥିବା ପୋସ୍କା କାରଖାନା ପ୍ରତିଷ୍ଠା ବିଷୟରେ ଆସିଛି କିଛି ଚାଞ୍ଚଲ୍ୟ କର ତଥ୍ୟ ଯାହାକି କାଠଗଡା କୁ ଟାଣୁଛି | ସେହି ଜିଲ୍ଲା ର ମୁଖିଆ ଜିଲ୍ଲା ବାସୀନ୍ଦା ତଥା ଜଗତସିଂହପୁର ଜିଲ୍ଲା ର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର l ଘଟଣାନୁଯାଇ ପୋସ୍କା ଜମି ଅଧିଗ୍ରହଣ ସମୟରେ ଜମି ଅଧିଗ୍ରହଣ ଅଫିସର ଭାବରେ କାର୍ଯ୍ୟ କରୁଥିବା ଜିଲ୍ଲାପାଳ ସଂଗ୍ରାମ ବାବୁଙ୍କ ଚକ୍ରାନ୍ତ ଯାହାକି ଶାସକ ଦଳକୁ ସୁହାଇଲା ଭଳି କାର୍ଯ୍ୟ କରି ଅନେକ ବଡ ବଡ ଲୋକଙ୍କୁ ନିଜ ହାତରେ ରଖି ପୋସ୍କା ଅଞ୍ଚଳ ବିପକ୍ଷବାଦୀ ଲୋକଙ୍କୁ ବାଡ଼ିରେ ଆକ୍ରମଣ ଓ ଅନ୍ୟ ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ବୋମା ବିସ୍ଫୋରଣ କରାଇ ଲୋକଙ୍କ ପ୍ରାଣ ନେଲା ଭଳି ଅଭିଯୋଗ ଆସିଛି l ଅଭିଯୋଗ ଆଣିଛନ୍ତି ବର୍ତମାନର ଯୁବ ଆଇନଯିବି ଗତିକୃଷ୍ଣ ଶତପଥି | ଶ୍ରୀ ଶତପଥି ତାଙ୍କ ଅଭିଯୋଗ ରେ ଦର୍ଶାଇଛନ୍ତି ଯେ ,ମୃତ ବ୍ୟକ୍ତିଙ୍କ ନାମରେ ପୋସ୍କା ବିରୋଧୀ ମାମଲା ରୁଜୁ କରି ଅନେକ କଥା କୁ ଚପାଇ ଦେଇଛନ୍ତି ସଂଗ୍ରାମ ମହାପାତ୍ର ,ଯାହାର ଏକ ମାମଲାର ପିଟିସନ କୁଜଙ୍ଗ ଜିଲ୍ଲା ଦୌରାଜଜ କୋର୍ଟ ରେ ରୁଜୁ ହୋଇଛି |