ପୌରପରିଷଦ ନିର୍ବାଚନରେ କଂଗ୍ରେସ ତରଫରୁ ଅଧ୍ୟକ୍ଷଙ୍କ ସମେତ ୧0 ଜଣ ୱାର୍ଡ କାଉନସିଲର ପ୍ରାର୍ଥୀଙ୍କ ନାମାଙ୍କନ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ରାଇରଙ୍ଗପୁର ପୌରପରିଷଦ ନିର୍ବାଚନର ଅନ୍ତିମ ଦିନରେ କଂଗ୍ରେସ ଦଳ ତରଫରୁ ପୌର ଅଧ୍ୟକ୍ଷ ପଦବୀ ପାଇଁ ଭଜହରି ମହାନ୍ତଙ୍କଙ୍କ ସମେତ ୧0ଜଣ ୱାର୍ଡ କାଉନସିଲର ପ୍ରାର୍ଥୀ/ପ୍ରାର୍ଥନୀ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରାରମ୍ଭରେ ଦଳୀୟ କର୍ମୀ ଏବଂ ନେତୃବୃନ୍ଦ ରାଇରଙ୍ଗପୁର ମ୍ୟୁନିସିପାଲିଟି ମାର୍କେଟରେ ଥିବା ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଆଶୀର୍ବାଦ ନେଇଥିଲେ । ପରେ ସେଠାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଯାଇ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ।, ୱାର୍ଡ ନଂ 01-ଅର୍ଜୁନ ମାରାଣ୍ଡି,02ନଂ ୱାର୍ଡ ଅଜିତ ପରିଡା ,ୱାର୍ଡ ନଂ -3 ଅମର ସିଂ ମହାନ୍ତ,ୱାର୍ଡ ନଂ-04 ସୀତା ମାହାଲି, ୱାର୍ଡନଂ -ୱାର୍ଡନଂ -07- ରାକ୍ଷୀ ପୂର୍ଣ୍ଣିମା ଡାଗରା,08- ବସନ୍ତ ଦାସ,ୱାର୍ଡନଂ -09ଗୁରୁବା ନାଏକ, ୱାର୍ଡନଂ -10ସଂଧ୍ୟାରଣୀ ଦାସ,11ନଂ -ତରଙ୍ଗିନୀ ମହାନ୍ତ,ୱାର୍ଡନଂ 15=ରୂପକ ମହାନ୍ତି ପ୍ରମୁଖ ନାମାଙ୍କନ ଦାଖଲ କରିଥିଲେ ।ରାଇରଙ୍ଗପୁର ପୌରାଞ୍ଚଳର ସାମଗ୍ରିକ ବିକାଶ ଓ ଲୋକଙ୍କର ଦୁଃଖସୁଖ ରେ ସବୁବେଳେ ସାମିଲ ହେବେ ବୋଲି ଅଧ୍ଯକ୍ଷ ପ୍ରାର୍ଥୀ ଭଜହରି ମହାନ୍ତଙ୍କ ସମେତ ସମସ୍ତ କାଉନସିଲର ମାନେ ଗଣମାଧ୍ୟମ ସମ୍ମୁଖରେ କହିଥିଲେ ।