ପୌରପରିଷଦ ନିର୍ବାଚନରେ ବିଜେଡି ତରଫରୁ ଅଧ୍ୟକ୍ଷଙ୍କ ସମେତ ୧୫ ଜଣ ୱାର୍ଡ କାଉନସିଲର ପ୍ରାର୍ଥୀଙ୍କ ନାମାଙ୍କନ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ରାଇରଙ୍ଗପୁର ପୌରପରିଷଦ ନିର୍ବାଚନର ଅନ୍ତିମ ଦିନରେ ବିଜେଡି ତରଫରୁ ପୌର ଅଧ୍ୟକ୍ଷ ପଦବୀ ପାଇଁ ଅଭିଷେକ ପଟ୍ଟନାୟକଙ୍କ ସମେତ ୧୫ ଜଣ ଓ୍ବାର୍ଡ କାଉନସିଲର ପ୍ରାର୍ଥୀ/ପ୍ରାର୍ଥନୀ ଏଵଂ ଶହ ଶହ ସମର୍ଥକଙ୍କ ସହ ଏକ ବିଶାଳ ଶୋଭାଯାତ୍ରାରେ ସ୍ଥାନୀୟ ପିସିଏମ ଭବନରୁ ବାହାରି ଦୁର୍ଗା ମଣ୍ଡପ ଛକରେ ପହଞ୍ଚି ବିଜୁପଟନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଆଶୀର୍ବାଦ ଭିକ୍ଷା ନେଇଥିଲେ ।ପରେ ସେଠାରୁ ବାହାରି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକଙ୍, ୱାର୍ଡ ନଂ 01-ଅରୁଣ ପାଲ,02ନଂ ୱାର୍ଡ -ଶୁକଦେବ ବେହେରା ,ୱାର୍ଡ ନଂ -03-ସୁଶାନ୍ତ ମହାନ୍ତ,ୱାର୍ଡ ନଂ-04 ଆରତୀ ମାରାଣ୍ଡି, ୱାର୍ଡନଂ -05 ର କନକଲତା ମୂର୍ମୁ, ୱାର୍ଡନଂ-06 ଅନିତା କେଡ଼ିଆ, ୱାର୍ଡନଂ -07- ଦେବସ୍ମିତା ଡଗରା,08- ପୁର୍ଣିମା ମହାନ୍ତ,ୱାର୍ଡନଂ -09 ମଙ୍ଗଲ ମାରାଣ୍ଡି, ୱାର୍ଡନଂ -10 ମୋହନ ମହାନ୍ତ,11ନଂ -ସାଇରୁନ ନିଶା,ୱାର୍ଡନଂ -12 ଅନୁପ ମହାନ୍ତି, ୱାର୍ଡନଂ-13 ଧୀରା ବେଶ୍ରା, ୱାର୍ଡନଂ-14 -ଚନ୍ଦ୍ରକାନ୍ତି ସେଠୀ, ୱାର୍ଡନଂ -15ମମିତା ଚୌଧୁରୀ ପ୍ରମୁଖ ନାମାଙ୍କନ ଦାଖଲ କରିଥିଲେ । ରାଇରଙ୍ଗପୁର ପୌରାଞ୍ଚଳର ସାମଗ୍ରିକ ବିକାଶ ଓ ଲୋକଙ୍କର ଦୁଃଖସୁଖ ରେ ସବୁବେଳେ ସାମିଲ ହେବେ ବୋଲି ଅଧ୍ୟକ୍ଷ ପ୍ରାର୍ଥୀ ଅଭିଷେକ ପଟ୍ଟନାୟକଙ୍କ ସମେତ ସମସ୍ତ କାଉନସିଲର ମାନେ ଗଣମାଧ୍ୟମ ସମ୍ମୁଖରେ କହିଥିଲେ ।