ପୌରପରିଷଦ ନିର୍ବାଚନରେ ବିଜେପି ତରଫରୁ ଅଧ୍ୟକ୍ଷଙ୍କ ସମେତ ୧୫ ଜଣ ୱାର୍ଡ କାଉନସିଲର ପ୍ରାର୍ଥୀଙ୍କ ନାମାଙ୍କନ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ରାଇରଙ୍ଗପୁର ପୌରପରିଷଦ ନିର୍ବାଚନର ଅନ୍ତିମ ଦିନରେ ବିଜେପି ତରଫରୁ  ପୌର ଅଧ୍ୟକ୍ଷ ପଦବୀ ପାଇଁ ରାଜ୍ୟ ବିଜେପି ସଂପାଦକ ନବୀନ ରାମଙ୍କ ସମେତ ୧୫ ଜଣ ଓ୍ବାର୍ଡ କାଉନସିଲର ପ୍ରାର୍ଥୀ/ପ୍ରାର୍ଥନୀ ଏଵଂ  ଶହ ଶହ ସମର୍ଥକଙ୍କ ସହ ଏକ ବିଶାଳ ଶୋଭାଯାତ୍ରାରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପାଖରୁ  ବାହାରି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚି ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ଅଧ୍ୟକ୍ଷ ପଦବୀରେ ନବୀନ ରାମ,  ୱାର୍ଡ ନଂ 01-ପ୍ରତିମା ନନ୍ଦ,02ନଂ ୱାର୍ଡ -ଶେଖର ମାଝୀ ,ୱାର୍ଡ ନଂ -03- ରାଜ କୁମାର ସାହୁ,ୱାର୍ଡ ନଂ-04 ମରିଥିଲା ଟୁଡୁ,ୱାର୍ଡନଂ -05 ସୂର୍ଯ୍ୟମଣି ହାଁସଦା, ୱାର୍ଡନଂ-06 କ୍ରିଷ୍ଣା ଦେବୀ ସ୍ୱାମୀ, ୱାର୍ଡନଂ -07- ସୁନିତା ମହାନ୍ତ,08- ମହାନ୍ତ ରଂଜିତ କଳିତା,ୱାର୍ଡନଂ -09 ଦେବାଶୀଷ ନାଏକ, ୱାର୍ଡନଂ -10 ଆଲୋକ ମହାନ୍ତ,11ନଂ -ସାହିନ ପରବିନ,ୱାର୍ଡନଂ -12 ପରମାନନ୍ଦ ବେହେରା, ୱାର୍ଡନଂ-13 ସଂଯୁକ୍ତା ମହାନ୍ତି ୱାର୍ଡନଂ-14 -ମକରବାରୀ ବେହେରା, ୱାର୍ଡନଂ -15 ସନ୍ତୋଷିନୀ ମହାନ୍ତ ପ୍ରମୁଖ ନାମାଙ୍କନ ଦାଖଲ କରିଥିଲେ । ରାଇରଙ୍ଗପୁର ପୌରାଞ୍ଚଳର ସାମଗ୍ରିକ ବିକାଶ ଓ ଲୋକଙ୍କର ଦୁଃଖସୁଖ ରେ ସବୁବେଳେ ସାମିଲ ହେବେ ବୋଲି ଅଧ୍ୟକ୍ଷ  ପ୍ରାର୍ଥୀ ନବୀନ ନ ରାମଙ୍କ ସମେତ ସମସ୍ତ କାଉନସିଲର ମାନେ ଗଣମାଧ୍ୟମ ସମ୍ମୁଖରେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ