ପୌରପାଳିକାର ୮ ନଂ ୱାର୍ଡ ଅଂଚଳରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ
ଯାଜପୁର,(ଓ୍ବାଇଏନ୍ଏସ୍):ଆଜି ଯାଜପୁର ପୌରପାଳିକାର ୮ ନଂ ୱାର୍ଡ ଅଂଚଳରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେହି ଅଂଚଳକୁ କଂଟେନମେଂଟ ଅଂଚଳ ଭାବେ ଘୋଷଣା କରିଛି ଜିଲାପ୍ରଶାସନ । ୱାର୍ଡ ନଂ ୧,୮ ଏବଂ ୯ ର ଆଶିଂକ ଅଂଚଳ ଏହି କଂଟେନମେଂଟ ଜୋନ ଅଧିନରେ ରହିବ । ଏହି ଅଂଚଳର ସମସ୍ତ ପ୍ରବେଶ ଓ ପ୍ରସ୍ତାନ ପଥ ସଂପୁର୍ଣ୍ଣ ବନ୍ଦ ରହିବ । ସଂପୁର୍ଣ୍ଣ ଅଂଚଳକୁ ସାନିଟାଇଜ କରାଯିବା ସହିତ ଆକ୍ରାନ୍ତ ଜଣକ ଯାଇଥିବା ସ୍ଥାନକୁ ମଧ୍ୟ ସାନିଟାଇଜ କରାଯାଉଛି । ଆସନ୍ତା ଜୁନ ମାସ ୯ ତାରିଖ ପର୍ଯ୍ୟନ୍ତ ଏହି ଅଂଚଳରେ କଂଟେନମେଂଟ କଟକଣା ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଜିଲାର ୭ଟି ବ୍ଳକ ଏବଂ ଗୋଟିଏ ପୌରାଚଂଳରେ ୧୮ଟି କଂଟେମେଂଟ ଜୋନ ରହିଥିବା ଜଣାପଡିଛି । ଯଦି କୌଣସି ବ୍ୟକ୍ତି କ୍ୱାରେଂଟିନରେ ରହିଥିବା ବେଳେ କୋରୋନା ପଜିଟିଭ ଭାବେ ଚିହ୍ନଟ ହୁଅନ୍ତି ସେହି ଅଂଚଳରେ ୧୪୪ ଧାରା ଜାରି କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିିଳିଛି ।