ପୌରାଂଚଳରେ ଆବାସ ଯୋଜନା କାର୍ଯ୍ୟଦେଶ ବଂଟନ ମେଳା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୪ ତମ ଜନ୍ମ ଜୟନ୍ତି ପାଳନ ଅବସରରେ ଗୁରୁବାର ହିଂଜିଳିକାଟୁ ପୌର ପରିଷଦ ପକ୍ଷରୁ ଅପରାହ୍ନରେ କାର୍ଯ୍ୟାଳୟ ପରିସରରେ ଆବାସ ଯୋଜନା କାର୍ଯ୍ୟଦେଶ ବଂଟନ ମେଳା ଅନୁଷ୍ଠିତ ହୋଇଯାଇଛି । ପୌର ପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲଙ୍ଗେ ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ନିମନ୍ତ୍ରିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତଚନ୍ଦ୍ର ମହାପାତ୍ର, ପୌରାଂଚଳ ପ୍ରତିନିଧି ସଂଜୟ କୁମାର ପଣ୍ଡା, ପୌରାଂଚଳ ବିଜେଡ଼ି ସଭାପତି ଭୀମସେନ ବେହେରା, ପୂର୍ବତନ ନଗରପାଳ ଶିବରାମ ଗୌଡ଼, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ତହସିଲଦାର ଗୋପିନାଥ କୁଅଁର, ବ୍ଳକ ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ ପ୍ରମୁଖ ମଂଚାସିନ ଥିଲେ । ଜିଲ୍ଲାପାଳ କୁଲାଙ୍ଗେ ପୌରାଂଚଳର ସ୍ୱଛତା ଦିଗରେ ଗୁରୁତ୍ୱାରୋପ କରିବା ସହ ସ୍ୱଛ ଓଡ଼ିଶା- ସୁସ୍ଥ ଓଡ଼ିଶା ଗଠନ ସକାଶେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ଦ୍ଧାରିତ ସମୟର ୪ମାସ ପୂର୍ବରୁ ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ କରିଥିବା ୧୦ ଜଣ ହିତାଧିକାରୀଙ୍କୁ ପ୍ରତ୍ୟେକଙ୍କୁ ଅଧିକ ୨୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ଏଥି ସହ ୨୧୯ ଜଣ ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ୧୩୫ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଣ ବଂଟନ କରାଯାଇଥିଲା । ଅବଶିଷ୍ଟ ୮୪ ହତାଧିକାରୀଙ୍କୁ ଚଳିତ ମାସ ଶେଷ ସୁଦ୍ଧା କାର୍ଯ୍ୟାଦେଶ ପ୍ରଦାନ କରାଯିବ ବୋଲି ନିର୍ବାହୀ ଅଧିକାରୀ ଡ଼ଃ. ସାହୁ କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, କୌଳାଶ ସାବତ, ଅଶ୍ୱିନି ନାୟକ, ଇ. କିଶାନ କୁମାର ପାତ୍ର, ବିବେକାନନ୍ଦ ମହାପାତ୍ର, ଛବି ନାରାୟଣ ପଣ୍ଡାଙ୍କସମେତ ପୌର ପରିଷଦର ସମସ୍ତ କର୍ମଚାରୀ ଓ ସ୍ୱଛ ସାଥୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ