ପୌର ନିର୍ବାଚନରେ ୫ଦିନ ମଦ ଦୋକାନ ବନ୍ଦ ନିଷ୍ପତ୍ତିକୁ ମୋନାର ସ୍ୱାଗତ

ବାଲେଶ୍ୱର, (ସରୋଜ ପଣ୍ଡା) :ଚଳିତ ପୌର ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ସରକାର ସମସ୍ତ ସରକାରୀ ମଦ ଦୋକାନଗୁଡ଼ିକୁ ଆସନ୍ତା ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ନିଷ୍ପତ୍ତିକୁ ମିଳିତ ଓଡ଼ିଶା ନିଶାନିବାରଣ ଅଭିଯାନ (ମୋନା) ସ୍ୱାତ କରିଛି । ରାଜ୍ୟର ମଦ ଦୋକାନଗୁଡ଼ିକ ନିର୍ବାଚନର ସାତଦିନ ପୂର୍ବରୁ ବନ୍ଦ ଓ ଚୋରା ମଦ କାରବାର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୋନାର ଗତ ବୈଠକରେ ଦାବି କରାଯାଇଥିଲା । ତେବେ ୭ ଦିନ ନହେଲେ ବି ୫ଦିନ ବନ୍ଦ କରିବା ବେଶ ସ୍ୱାଗତଯୋଗ୍ୟ ନିଷ୍ପତ୍ତି ବୋଲି ମୋନାର ସଭାପତି ପ୍ରଭାକର ସାହୁ, ସାଧାରଣ ସମ୍ପାଦିକା ମମତା ମହାପାତ୍ର ଓ ସମ୍ପାଦକ ଗୌରାଙ୍ଗ ପାଣିଗ୍ରାହୀ ଏକ ପ୍ରେସ ବିବୃତ୍ତିରେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ