ପୌର ନିର୍ବାଚନ କରିବା ପାଇଁ ସରକାର ଡରୁଛନ୍ତି : ମହମ୍ମଦ ମୋକିମ
କଟକ, (ଦୀପକ୍ କୁମାର ବେଉରା):ପୌର ନିର୍ବାଚନର ବିଳମ୍ବକୁ ନେଇ ପ୍ରତିକ୍ରିୟା ରଖିଲେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ପୌର ନିର୍ବାଚନକୁ ନେଇ ରାଜ୍ୟ ସରକାର ଭୟଭୀତ ଅଛନ୍ତି ବୋଲି ମୋକିମ କହିଛନ୍ତି ।ପୌର ନିର୍ବାଚନ ପ୍ରସଙ୍ଗରେ ରାଜ୍ୟ ସରକାର ୩ ବର୍ଷ ଧରି ଚୁପ ବସିଛନ୍ତି । କାହିଁକି ନା ସରକାର ଜାଣିଛନ୍ତି ୱାର୍ଡ ସ୍ତରରେ ଦଳର ଅବସ୍ଥା ଭଲ ନାହିଁ। ଏହାସହ ୱାର୍ଡର ବିକାଶ ଅପେକ୍ଷା ବିନାଶ ଦିଗକୁ ଅଗ୍ରସର ହେଉଛି। ସବୁ ଦିଗରେ ଜନ ସଧାରଣଙ୍କ କଥା ବୁଝିବାରେ ବିଫଳ ହୋଇଛି ବିଜେଡି ସରକାର। ଏହି ଭୟ ଯୋଗୁଁ ଆଜି ପର୍ଯ୍ୟନ୍ତ ପୌର ନିର୍ବାଚନକୁ ଘୁଞ୍ଚେଇ ଘୁଞ୍ଚେଇ ଚାଲିଛନ୍ତି ସରକାର । ହାଇକୋର୍ଟରେ ମାମଲା ହେବା ପରେ ସରକାର ଏହି ଦିଗ ପ୍ରତି ମନ ବଳାଇଛନ୍ତି । ହେଲେ ବିକାଶ ନାଁ ରେ ବିନାଶ ର ସଠିକ ଉତ୍ତର ଆସନ୍ତା ପୌର ନିର୍ବାଚନରେ ଆସିବ ବୋଲି ସ୍ପଷ୍ଟ କରିଛନ୍ତି ବିଧାୟକ ମହମ୍ମଦ ମୋକିମ ।ସୂଚନାଥାଉକି ରାଜ୍ୟରେ ୨୦୧୮ରେ ପୌରନିର୍ବାଚନ ହେବାର ଥିଲା କିନ୍ତୁ ରାଜ୍ୟ ସରକାରଙ୍କ ଦାୟିତ୍ବହୀନତା ଯୋଗୁଁ ପୌର ନିର୍ବାଚନ ଦିନକୁ ଦିନ ବିଳମ୍ବ ହେବାରେ ଲାଗିଛି ।


