ପୌର ନିର୍ବାଚନ ନିମନ୍ତେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ପୌର ନିର୍ବାଚନ ବିଗୁଲ ବାଜିବା ପରେ ଏବେ ସାରା ରାଜ୍ୟର ପୌରାଞ୍ଚଳ ଗୁଡିକରରେ ପୌର ଅଧକ୍ଷ, ଅଧକ୍ଷା, କାଉନସିଲର ପଦବୀ ଗୁଡିକ ନିମନ୍ତେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ମଧ୍ୟ ଗତ ମାର୍ଚ୍ଚ ୨ ତାରିଖ ରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି ବର୍ତମାନ ସୁଦ୍ଧା କୌଣସି ରାଜନୈତିକ ଦଳ ତରଫରୁ ପ୍ରାର୍ଥୀ ଘୋଷଣା ହୋଇନାହିଁ । ତଥାପି ବିଜେଡି ଶିବିର ରେ ଉଷ୍ମତା ବୃଦ୍ଧି ପାଇଛି ୧୫ ଗୋଟି ୱାର୍ଡ କାଉନସିଲର ପାଇଁ ପ୍ରତ୍ୟକ ୱାର୍ଡରୁ ୩ ଜଣ ଆଶାୟୀ ଙ୍କ ନାମ କୁ ସୁପାରିଶ କରାଯାଇଛି କିନ୍ତୁ ନଗରପାଳ ପାଇଁ କୌଣସି ଅଙ୍କ ଛିଣ୍ଡୁ ନଥିବା ଦେଖିବାକୁ ମିଳୁଛି । ବିଜେଡି ତରଫରୁ ଦଳର ବରିଷ୍ଠ ନେତା ତଥା ବିଜେଡି ରାଜ୍ୟ ସମ୍ପାଦକ ଦିଲ୍ଲୀପ ସାହୁ ଙ୍କ କ୍ୟାମ୍ପ ରୁ ବା ଅନୁଗତ କିମ୍ବା ପୂର୍ବତନ ନଗରପାଳ ବରିଷ୍ଠ ନେତା ଗିରିଧାରୀ ଙ୍କ ପୃଷ୍ଟି କ୍ୟାମ୍ପ ରୁ ବା ଅନୁଗତ ଙ୍କୁ ନଗରପାଳ ଟିକଟ ମିଳୁଛି ତାହାକୁ ସମସ୍ତେ ଅପେକ୍ଷା ରେ ରହିଛନ୍ତି I ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ସ୍ୱଛତା ନିର୍ମଳ ଭାବମୂର୍ତ୍ତି କୁ ପସନ୍ଦ କରୁଥିବା ବେଳେ କରଞ୍ଜିଆ ନଗରପାଳ ଟିକେଟ ବଣ୍ଟନରେ ସ୍ଵଛତାର ଛାଟ ବାଜୁଛି କି ନାହିଁ ତାହା ଦେଖିବାକୁ ଲୋକେ ଆଗ୍ରହର ସହିତ ଅନେଇ ବସିଛନ୍ତି I ବିଗତ ପଞ୍ଚାୟତ ନିର୍ବାଚନର ଫଳାଫଳ ପରେ ବିଜେଡି ଶିବିର ରେ ଆଶାୟୀ ଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ବିରୋଧୀ ଶିବିର ରେ ଅହେତୁକ ନୀରବତା ଦେଖା ଦେଇଛି ଲୋକେ ଏହାକୁ ଝଡ଼ ପୂର୍ବର ନୀରବତା ନା ବିରୋଧୀ ଙ୍କ ମନୋବଳ ଭାଙ୍ଗି ଯାଇଛି ତାହା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି । ତେବେ ଉପନଗରପାଳ ଆସନ ଟି ଅଣସଂରକ୍ଷିତ ଥିବାରୁ ବିଜେଡି ପକ୍ଷରୁ ୱାର୍ଡ ନ ୩ ରୁ ବରିଷ୍ଠ ନେତା ବିଶ୍ୱଜିତ ଚୌଧୁରୀ, ସମୀର ଓତା, ଯୁବ ନେତା ଚିକୁ ଭୁଜବଳ, ୱାର୍ଡ ନ ୬ ରୁ ବରିଷ୍ଠ ବିଜେଡି ନେତା ସ୍ୱରୂପ ପରିଜା ୱାର୍ଡ ନ ୧୧ ରୁ ବରିଷ୍ଠ ନେତା ବିବେକାନନ୍ଦ ଦାଶ, ବିଦେଶୀ ରାଜ, ପିପୁନ ସାହୁ ଦୃଢ଼ ଆଶାୟୀ ଭାବେ ଦାବିଦାର ଅଛନ୍ତି । ନାମାଙ୍କନ ଶେଷ ହେବାକୁ ଆଉ ମାତ୍ର କିଛି ଦିନ ବାକିଥିବା ବେଳେ କୌଣସି ଦଳ ନିଜ ପ୍ରାର୍ଥୀ ଙ୍କ ନାମ ଘୋଷଣା କରିନାହିଁ ଦେଖିବାକୁ ବାକିରହିଲା ରାଜନୈତିକ ଦଳ ମାନେ ପ୍ରାର୍ଥୀ ଚୟନ ସାରି କେବେ ନାମାଙ୍କନ ଦାଖଲ କରୁଛନ୍ତି ଓ ପ୍ରାର୍ଥୀ ଚୟନରେ କେଉଁ ମାନଦଣ୍ଡ କୁ ଗୁରୁତ୍ୱ ଦେଉଛନ୍ତି ନିର୍ମଳ ଓ ସ୍ଵଚ୍ଚ ଭାବମୂର୍ତ୍ତି ନା ଆଉ କିଛି ?


