ପୌର ନିର୍ବାଚନ ନିମନ୍ତେ ପ୍ରଥମ ପୋଲିଂ ଅଧିକାରୀ ଓ ପ୍ରିଜାଇଡିଂ ଅଧିକାରୀଙ୍କ ନିମନ୍ତେ ପ୍ରଶିକ୍ଷଣ ଶିବିର
ଛତ୍ରପୁର, (ଦେବଦତ୍ତ ମହାରଣା) :ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପୌର ନିର୍ବାଚନ ସକାଶେ ପୌର ନିର୍ବାଚନରେ ଛତ୍ରପୁର ଉପଖଣ୍ଡର ସମସ୍ତ ବୁଥ୍ ରେ ନିୟୋଜିତ ହୋଇଥିବା ସମସ୍ତ ପ୍ରିଜାଇଡିଂ ଅଧିକାରୀ ଓ ପ୍ରଥମ ପୋଲିଂ ଅଧିକାରୀଙ୍କ ନିମନ୍ତେ ଏକ ପ୍ରଶିକ୍ଷଣ ଶିବିର ମଙ୍ଗଳବାର ସ୍ଥାନୀୟ ଅନସ୍ଲୋ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ, ହିଞ୍ଜିଳିକାଟୁ ତହସିଲଦାର, ଧରାକୋଟ ତହସିଲଦାର, ଜଗନ୍ନାଥପ୍ରସାଦ ତହସିଲଦାର, ପାତ୍ରପୁର ତହସିଲଦାର, ପୋଲସରା ବିଡିଓ, ଶେରଗଡ ବିଡିଓ, ଭଞ୍ଜନଗର ବିଡିଓ, ବୁଗୁଡା ବିଡିଓ, ପାତ୍ରପୁର ବିଡିଓ, କବିସୂର୍ଯ୍ୟନଗର ବିଡିଓ, ଛତ୍ରପୁର ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ, ଆସିଷ୍ଟାଣ୍ଟ କଲେକ୍ଟର ବିକ୍ରମ କୁମାର ଦୋରା ଓ ଅଶୋକ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ଛତ୍ରପୁର ଉପଖଣ୍ଡର ଗୋଟାଏ ମୁନିସିପାଲଟି ସମେତ ୮ଟି ଏନଏସି ର ସମସ୍ତ ବୁଥ୍ ମାନଙ୍କରେ ନିୟୋଜିତ ହୋଇଥିବା ୩୩୦ ଜଣ ପ୍ରଥମ ପୋଲିଂ ଅଧିକାରୀ ଓ ପ୍ରିଜାଇଡିଂ ଅଧିକାରୀ ମାନଙ୍କୁ ବୁଥ୍ ପରିଚାଳନା ଓ ମତଦାନ କାର୍ଯ୍ୟକୁ ସୁରୁଖୁରରେ ପରିଚାଳନା କରିବା ସଂପର୍କରେ ତାଲିମ ପ୍ରଦାନ କରିଥିଲେ ।