ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ପ୍ରତ୍ୟାହରର ଶେଷ ଦିନ : ବିଜେଡ଼ି ବିଦ୍ରୋହୀ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ଏବେ ସମସ୍ତଙ୍କ ନଜର ରହିଛି ବିଜେଡି ବିଦ୍ରୋହୀ ପାର୍ଥୀଙ୍କ ଉପରେ । ସେମାନେ ଲଢେଇ ମଇଦାନ ଛାଡିବେ ନା ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଖୋଲା ଯୁଦ୍ଧ କରିବେ । ଲଢେଇ ମଇଦାନ ଛାଡିବା ପାଇଁ ସେମାନଙ୍କୁ ରାତି ସାରା ବୁଝାସୁଝା ଜାରି ରହିଥିଲା । କାହାକୁ ଦଳୀୟ ଓ ସରକାରୀ ପଦବୀର ଲୋଭ ଦେଖାଯାଇଛି ତ ଆଉ କାହାକୁ ଚେତାବନୀ ବି ଦିଆଯାଇଛି । ୱାର୍ଡର ବିକାଶ କାର୍ଯ୍ୟରେ ସେମାନଙ୍କୁ ସାମିଲ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ବିଦ୍ରୋହୀଙ୍କୁ ବୁଝାଇବାର ମୁଖ୍ୟ ଦାୟିତ୍ୱ ନେଇଛନ୍ତି ଭୁବନେଶ୍ୱରର ତିନି ବିଧାୟକ ଅଶୋକ ପଣ୍ଡା, ସୁଶାନ୍ତ ରାଉତ ଓ ଅନନ୍ତ ନାରାୟଣ ଜେନା ।


