ପୌର ନିର୍ବାଚନ ପାଇଁ ୪ ଦିନ ମଦ ବନ୍ଦ : ବନ୍ଦ ପୂର୍ବରୁ ବୋହିଲେଣି ମଦ : ସହରରେ ନକଲି ମଦ ବିକ୍ରି ଆଶଙ୍କା !
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ୨୪ ତାରିଖରେ ରାଜ୍ୟର ୧୦୬ ପୌରସଂସ୍ଥା ସମେତ ୩ଟି ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ପକ୍ଷରୁ ୨୨ ତାରିଖ ସନ୍ଧ୍ୟା ୫ଟାରୁ ୨୬ ତାରିଖ ପର୍ଯ୍ୟନ୍ତ ମଦ ଦୋକାନ ବନ୍ଦ ରଖାଯିବାକୁ ନିଷ୍ପତ୍ତି ଗ୍ରହଣ କରିଛି । ଏହାକୁ ଦୃଷ୍ଟିରେ ରଖି କିଛି ମୁନାଫା ବ୍ୟବସାୟୀ ଆଜି ଠାରୁ ବସ୍ତା ବସ୍ତା ଦେଶୀ ମଦ ସମେତ ପ୍ରଚୁର ପରିମାଣରେ ବିଦେଶୀ ମଦ ବୋହି ନେଉଥିବା ଦେଖିବାକୁ ମିଳିଛି । ଯାହାର ଫାଇଦା ମଦ ଦୋକାନ ବନ୍ଦ ସମୟରେ ପ୍ରାୟ ୨ଗୁଣା ଦରରେ ବିକ୍ରି କରିବା ଲକ୍ଷ୍ୟ ରଖି ମଦ ବୋହି ନେଉଥିବା ଚର୍ଚ୍ଚା ଚାଲିଛି । ଅନ୍ୟପକ୍ଷରେ କିଛି ଚୋରା ମଦ ବ୍ୟବସାୟୀ ଗୁପ୍ତ ସ୍ଥାନରେ ନକଲି ମଦ ପ୍ରସ୍ତୁତ କରି ବିକ୍ରି କରିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ! ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେ ପୌର ନିର୍ବାଚନ ଆରମ୍ଭ ହୋଇଯାଇଛି । କିଛି ଚୋରା ମଦବେପାରୀ ସହର ବାହାରେ ନକଲି ମଦ ପ୍ରସ୍ତୁତ କରି କମ୍ ଟଙ୍କାରେ ନକଲି ମଦ ବିକ୍ରି କରି ମାଲାମାଲ ହେଉଥିବା ଜଣାପଡିଛି । ଉକ୍ତ ନକଲି ମଦ ନିର୍ବାଚନ କାର୍ଯ୍ୟରେ ଲାଗୁଥିବା ନେଇ କିଛି ମଦ୍ୟପ କହିଛନ୍ତି । ହିଞ୍ଜିଳିକାଟୁ ସହରର କିଛି ପାନ ଦେକାନ ସମେତ ଢାବା ହୋଟେଲ ଗୁଡିକରେ ନକଲି ମଦ ଗଚ୍ଛିତ ଥିବା ବିଶେେ ସୁତ୍ରରୁ ଜଣାପଡିଛି । ଅବକାରୀ ଓ ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ପ୍ରଦାନ କରି ନକଲି ମଦ ଗଚ୍ଛିତ ରଖିଥିବା ଚୋରା ମଦ ବ୍ୟବସାୟୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଚେତନ ନାଗରିକ ମହଲରେ ଦାବି ହୋଇଛି ।