ପୌର ନିର୍ବାଚନ ବିଗୁଲ ବାଜିବା ପରେ ରାଜନୈତିକ ପାଣିପାଗ ସରଗରମ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ଆଗାମୀ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ଙ୍କ ତରଫରୁ ଘୋଷଣା ହୋଇଯାଇଛି ଆସନ୍ତା ୨୮ ତାରିଖ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ମାର୍ଚ୍ଚ ୨ ରୁ ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲିବ । ଇତି ମଧ୍ୟରେ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଭୋଟର ତାଲିକା ପ୍ରକାଶିତ ହୋଇ ସରିଛି ପ୍ରଶାସନ ତରଫରୁ ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ହୋଇସାରିଛି ପୌର ନିର୍ବାଚନ ଗତ ୨00୩ ମସିହା ରେ ହୋଇଥିବା ବେଳେ ବିଭିନ୍ନ କାରଣରୁ ୨0୧ ୮ ରେ ପୌର ନିର୍ବାଚନ ଅନୁଷ୍ଠିତ ହୋଇନଥିଲା । ପଞ୍ଚାୟତ ନିର୍ବାଚନ ପରେ ଆସନ୍ତା ମାର୍ଚ୍ଚ ୨୪ ରେ ଭୋଟ ଗ୍ରହଣ ଓ ମାର୍ଚ୍ଚ ୨୬ ରେ ଭୋଟ ଗଣତି ହେବ ପ୍ରଶାସନ ପକ୍ଷରୁ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ର ୧୫ ଟି ୱାର୍ଡ ର ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇଛି । ପୌର ନିର୍ବାଚନ ବିଗୁଲ ବାଜିବା ପୂର୍ବରୁ ପ୍ରମୁଖ ରାଜନୈତିକ ଦଳ ରେ ଆଶାୟୀ ଙ୍କ ଭିଡ଼ ଲାଗିବା ଚର୍ଚାର ବିଷୟ ପାଲଟିଛି । ତେବେ ଗତ ପୌର ନିର୍ବାଚନରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ୧୫ ଟି ୱାର୍ଡ ରୁ ବିଜୁ ଜନତା ଦଳ ୬ ଟି, ବିଜେପି ୬ ଟି,କଂଗ୍ରେସ ୨ଟି, ସ୍ୱାଧୀନ ୧ ଟି ୱାର୍ଡ ରେ ନିର୍ବାଚନ ଜିତି ଥିଲେ ଏବଂ ବହୁ ଚେଷ୍ଟା ପରେ ନାଟକୀୟ ଢଙ୍ଗ ରେ ବିଜେଡି ନଗର ପାଳ ଓ ବିଜେପି ଉପନଗରପାଳ ନିଜ ସପକ୍ଷ ରେ ରଖିଥିଲା ଯୁବ ନବାଗତ ପ୍ରେମଜିତ ସାହୁ ବିଜେଡି ର ପ୍ରଥମ ନଗରପାଳ ନିର୍ବାଚିତ ହୋଇଥିଲେ । ଏଥର ନଗରପାଳ ଆସନ ଟି ମହିଳା ବର୍ଗ ପାଇଁ ସଂରକ୍ଷିତ ହୋଇଛି ଏବଂ ସିଧାସଳଖ ନଗରପାଳ ଙ୍କୁ ଭୋଟର ଭୋଟ ଦେଇ ନିର୍ବାଚିତ କରିବେ ଇତି ମଧ୍ୟରେ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମସ୍ତ ୧୫ ଟି ୱାର୍ଡ ପାଇଁ ମଧ୍ୟ ସଂରକ୍ଷଣ ତାଲିକା ପ୍ରକାଶିତ ହୋଇସାରିଛି । ୱାର୍ଡ ନଂ ୧ ମହିଳା ବର୍ଗ ପାଇଁ, ୱାର୍ଡ ନଂ ୨ ଅନୁସୂଚିତ ଜାତି ମହିଳା, ୱାର୍ଡ ନଂ ୩ ଅଣ ସଂରକ୍ଷିତ, ୱାର୍ଡ ନଂ ୪ ଓ ୫ ଅନୁସୂଚିତ ଜନଜାତି ମହିଳା, ୱାର୍ଡ ନଂ ୬ ୭ ମହିଳା , ୱାର୍ଡ ନଂ ୮ ଅନୁସୂଚିତ ଜାତି, ୱାର୍ଡ ନଂ ୯ ମହିଳା, ୱାର୍ଡ ନଂ ୧0 ୱାର୍ଡ ନ ୧୧ ଅଣ ସଂରକ୍ଷିତ ୱାର୍ଡ ନ ୧୨ ଅନୁସୂଚିତ ଜାତିମହିଳା, ୱାର୍ଡ ନ ୧୩ ଅନୁସୂଚିତ ଜାତି, ୱାର୍ଡ ନ ୧୪ ଅଣ ସଂରକ୍ଷିତ ୱାର୍ଡ ନ ୧୫ ମହିଳା ଙ୍କ ପାଇଁ ସଂରକ୍ଷିତ ଅଛି ତେବେ କରଞ୍ଜିଆ ରେ ଆଗାମୀ ପୌର ନିର୍ବାଚନ ରେ ଲଢେଇ ତ୍ରିମୁଖୀ ହେବା ସମ୍ଭାବନା ଥିଲେ ମଧ୍ୟ ବିଜେଡି ଓ ବିଜେପି ମଧ୍ୟରେ ପ୍ରବଳ ଟକ୍କର ସମ୍ଭାବନା ରହିଛି ବିଗତ ନିର୍ବାଚନରେ ବହୁ ସଂଘର୍ଷ ରେ ବିଜେଡି ନଗରପାଳ ଆସନ ଆକ୍ତିୟାର କରିଥିଲେ ବିଜେପି ତାର ପୂର୍ବ ନିର୍ବାଚନ ତୁଳନାରେ ନିଜକୁ ଅଧିକ ପ୍ରଭାବି ଢଙ୍ଗରେ ପ୍ରସ୍ତୁତ କରୁଛି । କେନ୍ଦ୍ର ମନ୍ତ୍ରୀ ତଥା ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ, ମୟୁରଭଞ୍ଜ ମହାରାଜା ଶ୍ରୀଯୁକ୍ତ ପ୍ରବୀଣ ଭଞ୍ଜ, ଜିଲ୍ଲାର ବିଭିନ୍ନ ବିଧାୟକ ଙ୍କ ଘନ ଘନ କରଞ୍ଜିଆ ଗସ୍ତ ଏହାକୁ ସୂଚାଇ ଦେଉଛି । ଅନ୍ୟ ପକ୍ଷେ ବିଜେଡି ରୁ ମୟୁରଭଞ୍ଜ ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାଶ ମଧ୍ୟ ଘନ ଘନ କରଞ୍ଜିଆ ଗସ୍ତ କରି ବରିଷ୍ଠ ନେତାଙ୍କ ସହିତ ଚର୍ଚ୍ଚା ଆଲୋଚନା କରି କିଭଳି ପୁନର୍ବାର ଏନଏସି କୁ ଅକ୍ତିୟାର କରାଯିବ ତାର ଯୋଜନା ପ୍ରସ୍ତୁତ କରୁଛନ୍ତି । କିଛି ଆଶାୟୀ ସମାଜସେବା ସହିତ ଛୋଟ କାର୍ଯ୍ୟକ୍ରମ ମାଧ୍ୟମ ରେ ନିଜକୁ ଲୋକ ଲୋଚନ କୁ ଆଣୁଥିବା ବେଳେ ଆଶାୟୀ ନେତା ମାନେ ନିଜ ନିଜ ପତ୍ନୀ ବା ପରିବାର ର ମହିଳା ଙ୍କୁ ପ୍ରାର୍ଥୀ କରି ପରକ୍ଷ ରେ ଶାସନ ଭାର ନିଜ ହାତରେ ରଖିବାକୁ ଚେଷ୍ଟା କରିବେ । ବିଜୁ ଜନତା ଦଳ ତରଫରୁ ବରିଷ୍ଠ ନେତା ତଥା ନବ ନିଯୁକ୍ତ ରାଜ୍ୟ ସମ୍ପାଦକ ଦିଲ୍ଲୀପ ସାହୁ, ପୂର୍ବତନ ନଗରପାଳ ପ୍ରେମଜିତ ସାହୁ,ବରିଷ୍ଠ ନେତା ସ୍ୱରୂପ ପରିଜା,ପୂର୍ବତନ ମନ୍ତ୍ରୀ ରଘୁନାଥ ହେମ୍ବ୍ରମ ଙ୍କ ଅନୁଗତ ବିବେକାନନ୍ଦ ଦାଶ,ବିଜେଡି ରେ ଯୋଗ ଦେଇଥିବା ପୂର୍ବତନ ଉପନଗରପାଳ ଗିରିଧାରୀ ପୃଷ୍ଟି,ସୁନୀଲ ସାହୁ ଙ୍କ ନେତୃତ୍ୱ ରେ ନିର୍ବାଚନ ପରିଚାଳନା ହେବା ସମ୍ଭାବନା ଥିବା ବେଳେ ବରିଷ୍ଠ ନେତୃମଣ୍ଡଳୀ ନିଜ ନିଜ ପରିବାର ରୁ ବା ନିଜ ଅନୁଗତ ଙ୍କୁ ନଗରପାଳ ଆସନ ନିମନ୍ତେ ଟିକେଟ ଦେବାର ପ୍ରୟାସ ଆରମ୍ଭ କରିସାରିଥିବା ସୂଚନା ମିଳିଛି ଛାତ୍ର ଜୀବନରୁ ବିଜୁ ବାବୁଙ୍କ ଆଦର୍ଶ ରେ ବର୍ତମାନ ପର୍ଯ୍ୟନ୍ତ ଗୋଟିଏ ଦଳରେ ରହି ଆସି ସମସ୍ତଙ୍କୁ ନିଜର କରିପାରୁଥିବା ରାଜ୍ୟ ନେତୃମଣ୍ଡଳୀ ଙ୍କ ସହିତ ନିବିଡ଼ ଥିବା ବର୍ତମାନ ରାଜ୍ୟ ସମ୍ପାଦକ ଦିଲ୍ଲୀପ ସାହୁ ଙ୍କ ଉପରେ ଏବେ ସମସ୍ତଙ୍କ ନଜର ଅନ୍ୟ ପକ୍ଷରେ ବିଜେପି ପକ୍ଷରୁ ପୂର୍ବତନ ନଗରପାଳ ବାଞ୍ଛାନିଧି ପୃଷ୍ଟି, ଯୁବ ନେତା ଜନାର୍ଦ୍ଧନ ବେହେରା, ମହେଶ୍ୱର ସାହା ,ବରିଷ୍ଠ ନେତ୍ରୀ ସୁଶ୍ରୀ ମଞ୍ଜୁ ଅଧିକାରୀ ପ୍ରମୁଖ ନେତୃତ୍ୱ ନେଇ ପ୍ରସ୍ତୁତି ଜାରୀ ରଖିଛନ୍ତି ଅନ୍ୟ ପକ୍ଷରେ ବର୍ତମାନ ବିଜେଡି କୁ ସମର୍ଥନ କରି ନିଜ ପ୍ରାର୍ଥୀନୀ ଙ୍କୁ କେନ୍ଦୁଝର ସାଂସଦ କରିଥିବା ଚମ୍ପୁଆ ର ପୂର୍ବତନ ବିତ୍ତାଶାଳୀ ବିଧାୟକ ସନାତନ ମହାକୁଡ଼ ଙ୍କ ସନା ସେନା ମଧ୍ୟ ବିଗତ ଦିନରେ ଜନସାଧାରଣ ଙ୍କୁ ବିଭିନ୍ନ ସହାୟତା ଯଥା ବିନା ମୂଲ୍ୟରେ ଉନ୍ନତ ମାନର ଚିକିତ୍ସା ବ୍ୟବସ୍ଥା, ମାଗଣା ବିହନ, କମ୍ବଳ ବଣ୍ଟନ କରି ନିଜ ସ୍ଥିତି ମଜବୁତ କରିଛନ୍ତି ସନା ସେନା ସଂଗଠନ ତରଫରୁ କୁମାର ଦେବାଶିଷ ବେହେରା, ଯୁବ ନେତା ଜିତେନ୍ଦ୍ର ରାଜ, ରାଜୀବ ପୃଷ୍ଟି, ଏସ. କେ.ସୁଲେମାନ ପ୍ରମୁଖ ଗୋଟି ଚାଳନା ଜାରିରଖିଥିବା ସୂଚନା ମିଳିଛି । ଟିକେଟ ବଣ୍ଟନ ରେ ସନା ଙ୍କ ଭୂମିକା କୁ ସମସ୍ତ ଙ୍କ ନଜର ରହିଛି । ଟିକେଟ ବଣ୍ଟନ ପରେ ଅସନ୍ତୁଷ୍ଟ ବିଦ୍ରୋହୀ ଙ୍କ ମୁକାବିଲା ସମସ୍ତ ପ୍ରମୁଖ ରାଜନୈତିକ ଦଳ ପାଇଁ କାଠିକର ପାଠ ହେବ ଦେଖିବାକୁ ବାକି ରହିଲା କେଉଁ ଦଳ ପୌର ପରିଷଦ ରେ ନିଜ ପ୍ରାର୍ଥୀ ଙ୍କୁ ନଗରପାଳ ଓ ଉପ ନଗରପାଳ ଭାବେ ବିଜୟୀ କରାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ