ପୌର ନିର୍ବାଚନ ବିଜ୍ଞପ୍ତି ପ୍ରକାଶ

ବାଲେଶ୍ୱର, (ସରୋଜ ପଣ୍ଡା) :-ଚଳିତ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଆରମ୍ଭ ନ ହେଉଣୁୁ ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ପୌର ନିର୍ବାଚନ ପାଇଁ ଶୁକ୍ରବାର ପ୍ରକାଶିତ ବିଜ୍ଞପ୍ତି ଆଶାୟୀ ଅଧ୍ୟକ୍ଷ ଓ କାଉନସିଲରଙ୍କ ମଧ୍ୟରେ ତତ୍ପରତା ପରିଲକ୍ଷିତ ହୋଇଛି । ୩୬୭୫/୨୫.୨.୨୦୨୨ ନଂ ବିଜ୍ଞପ୍ତି ମୂଳେ ଆୟୁକ୍ତଙ୍କ ନିର୍ବାଚନ ଘୋଷଣା ସମୟରୁ ରାଜ୍ୟର ୧୦୬ ପୌରାଞ୍ଚଳ ଓ ୩ ମହାନଗର ନିଗମ ପାଇଁ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ତେବେ ପ୍ରଶାସନିକ ସ୍ତରରେ ଆସନ୍ତା ୨୮ ତାରିଖରେ ବିଧବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ହେବ ବୋଲି କୁହାଯାଇଛି । ବିଜ୍ଞପ୍ତି ଅନୁସାରେ ଆସନ୍ତା ମାର୍ଚ୍ଚ ୨ ତାରିଖରୁ ନାମାଙ୍କନ ଫର୍ମ ବିକ୍ରି ଓ ପ୍ରାର୍ଥୀପତ୍ର ଗ୍ରହଣ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ସହ ବୈଧ ପ୍ରାର୍ଥୀ ତାଲିକା ଘୋଷଣା ଓ ୧୪ ତାରିଖ ଅପରାହ୍ନ ସୁଦ୍ଧା ପାର୍ଥୀପତ୍ର ପ୍ରାତ୍ୟାହାର ଶେଷ ହୋଇ ସଂଧ୍ୟା ୫ଟା ବେଳେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ମାତ୍ର ୭/୮ଦିନ ପ୍ରଚାର ପରେ ୨୪ ତାରିଖ ସକାଳ ୮ରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ମତଦାନ ହେବ । ୨୬ ତାରିଖ ୮ଟାରୁ ଭୋଟ ଗଣିତ ଆରମ୍ଭ ହୋଇ ଫଳାଫଳ ପ୍ରକାଶ ସହ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରାଯିବ ବୋଲି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ୨୯ ତାରିଖରେ ବିଧିବଦ୍ଧ ଭାବେ ନିର୍ବାଚିତ ଅଧ୍ୟକ୍ଷ ଓ କାଉନସିଲରଙ୍କ ତାଲିକା ପ୍ରକାଶ ପରେ ୩୦ ତାରିଖରେ ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହେବ । ସେହିଦିନ ପୌର ଉପାଧ୍ୟକ୍ଷ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବ ଏବଂ ଏପ୍ରିଲ ୭ ତାରିଖରେ ନିର୍ବାଚନ ହେବ ବୋଲି ବିଜ୍ଞପ୍ତିରେ ସୂଚିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ