ପୌର ନିର୍ବାହୀ ଅଧିକାରଙ୍କ ସ୍ୱଛତା ଉପରେ ଗୁରୁତ୍ୱ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁୂଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ହିଂଜିଳିକାଟୁ ପୌର ପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କ ନେତୃତ୍ୱରେ ଗତ କିଛି ଦିନ ହେଲା ସ୍ଥାନୀୟ ପୌରାଂଚଳର ସମସ୍ତ ୱାର୍ଡ଼ରେ ଆରମ୍ଭ ହୋଇଛି ରାତ୍ର ସଫେଇ କାର୍ଯ୍ୟକ୍ରମ । ଦେଶର ଅନ୍ୟ ମେଟ୍ରୋ ସହରାଂଚଳ ପରି ହିଂଜିଳିକାଟୁ ପୌରାଂଚଳ ପରିସରଭୁକ୍ତ ଅଂଚଳରେ ରାତି ପାହିଲା ବେଳକୁ ରାସ୍ତାଘାଟ ଆବର୍ଜନା ମୁକ୍ତ ହେଉଥିବା ଲକ୍ଷ୍ୟ କରାଯାଉଛି । ସ୍ଥାନୀୟ ପୌରାଂଚଳର ସମସ୍ତ ରାସ୍ତାଘାଟ ରାତି ପାହିଲା ବେଳକୁ ଚାକାଚକ୍ ଦିଶୁଛି । ହିଂଜିଳିକାଟୁ ପୌରାଂଚଳରେ କାର୍ଯ୍ୟରତ ଥିବା ସଫେଇ କର୍ମଚାରୀ ମାନେ ରାତିରେ ହିଁ ସଫେଇ କାର୍ଯ୍ୟ ସମାପନ କରୁଛନ୍ତି । ପୌୀରାଂଚଳବାସୀ ମଧ୍ୟ ସଚେତନ ହୋଇ ରାସ୍ତାରେ ଆଉ ଅଳିଆ ଆବର୍ଜନା ପକାଉନଥିବା ବେଳେ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ସବୁଜ ଓ ନୀଳ ଡ଼ଷ୍ଟବିନରେ ଅଲଗା ଅଲଗା ଶୁଖିଲା ଓ ଓଦା ଆବର୍ଜନା ଗଛିତ ରଖି ରାତି ପାହିଲେ ପୌର ପରିଷଦ ପକ୍ଷରୁ ଘରକୁ ଘର ବୁଲି ଅଳିଆ ଆବର୍ଜନା ସଂଗ୍ରହକାରୀ ଗାଡ଼ିରେ ଜମା ଦେଉଥିବା ଲକ୍ଷ୍ୟ କର।।ଯାଉଛି । ହିଂଜିଳିକାଟୁ ପୌରାଂଚଳ ପରିସରଭୁକ୍ତ ଅଂଚଳରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀ ମାନଙ୍କୁ ଏଣିକି ସମ୍ପୁର୍ଣ୍ଣ ଆତ୍ମସମ୍ମାନ ପ୍ରଦାନ ସହ ଆଗାମୀ ଦିନରେ ଅଳିଆ ଆବର୍ଜନା ସଫେଇ କରୁଥିବା ମହିଳା ଓ ପୁରୁଷ କର୍ମଚାରୀଙ୍କୁ ଭାଇ, ଭଉଣୀ ସମ୍ଭୋଧନ କରାଯିବାକୁ ଜନସାଧାରଣଙ୍କୁ ସଚେତନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ପୌର ପରିଶଷଦର ନିର୍ବାହୀ ଅଧିକାରୀ ଡ଼ଃ. ସାହୁ ପ୍ରକାଶ କରିଛନ୍ତି । ହିଂଜିଳିିକାଟୁ ପୌରାଂଚଳଭୁକ୍ତ ସମସ୍ତ ସାହି ବସ୍ତି ଓ ଜାତୀୟ ରାଜପଥକୁ ସ୍ୱଛ, ସୁନ୍ଦର ରଖିବା ପାଇଁ ଉକ୍ତ ରାତ୍ରୀକାଳିନ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ଏବଂ ସହରବାସୀଙ୍କୁ ଉତମ ସେବା ଯୋଗାଇବା ସହ ସୁନ୍ଦର ପରିବେଶ ଦୋକୁ ପ୍ରୟାସ ଆରମ୍ଭ କରାଯାଇଛି । ସହରବାସୀଙ୍କ ସହଯୋଗରେ ହିଂଜିଳିକାଟୁ ପୌରାଂଚଳକୁ ରାଜ୍ୟର ଶ୍ରେଷ୍ଠ ପୌରାଂଚଳ ଭାବେ ଗଢି ତୋଳିବା ପାଇଁ ଳକ୍ଷ୍ୟ ରଖାଯାଇଥିବା ପୌର ପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ସାହୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ