ପୌର ପରିଷଦ ପକ୍ଷରୁ ନୂଆ -ଓ କ୍ରୀଡା ପ୍ରତିଯୋଗିତା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଗୁରୁବାର ସ୍ଥାନୀୟ ପୌରାଞ୍ଚଳ ମିନି ଷ୍ଟାଡିୟମ ପରିସରରେ ନୂଆ -ଓ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ସିଡିପିଓ ଗାଙ୍ଗୀ ସୁବୁଦ୍ଧି, ଓଡ଼ିଶା ମୋ ପରିବାର ସମ୍ପାଦକ ନିଳମଣି ପଟ୍ଟନାୟକ, ନଗର ଯୁବ ବିଜେଡି ସଭାପତି ସଞ୍ଜୟ କୁମାର ପଣ୍ଡା, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ପ୍ୟାରୀମୋହନ ପାଢି , ଉପାଧ୍ୟକ୍ଷା ପ୍ରତିନିଧି ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ। ଆୟୋଜିତ ନୂଆ -ଓ କ୍ରୀଡା ପ୍ରତିଯୋଗିତାରେ ୫ଟି ଗୋଷ୍ଠୀଗତ କ୍ରୀଡା ପ୍ରତିଯୋଗିତା ଯଥା କ୍ରିକେଟ, କବାଡି, ଖୋ ଖୋ, ଭଲିବଲ ଓ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କ୍ରିକେଟ ପ୍ରତିଯୋଗିତାରେ ୮ଟି ଦଳ, ଫୁଟବଲ ପ୍ରତିଯୋଗିତାରେ ୪ଟି ଦଳ, କବାଡି ପ୍ରତିଯୋଗିତାରେ ୬ଟି ଦଳ, ଖୋ ଖୋ ପ୍ରତିଯୋଗିତାରେ ୫ଟି ଦଳ, ଭଲିବଲ୍ ପ୍ରତିଯୋଗିତାରେ ୪ଟି ଦଳ ସମୁଦାୟ ୫ଟି ଗୋଷ୍ଠୀଗତ ପ୍ରତିଯୋଗିତାରେ ୨୭ଟି ଦଳ ପଞ୍ଜିକରଣ କରିଛନ୍ତି। ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଉକ୍ତ ନୂଆ -ଓ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ପୌର ପରିଷଦ ପକ୍ଷରୁ ସୂଚନା ମିଳିଛି। କ୍ରୀଡା ପ୍ରତିଯୋଗିତା ପରିଚାଳନା ସକାଶେ ସ୍ଥାନୀୟ ପୌରାଞ୍ଚଳର ୮ ଜଣ କ୍ରୀଡା ପ୍ରଶିକ୍ଷକଙ୍କୁ ନିଯୁକ୍ତି କରାଯାଇଛି । ସନାତନ ନାହାକ, କିରଣ ନାହାକ, ଅମୂଲ୍ୟ ସାହୁ , ଶ୍ୟାମଘନ ବେହେରା, ଗୋପବନ୍ଧୁ ବେହେରାଙ୍କ ସମେତ ବହୁ କାଉନସିଲର ଓ ପୌର କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ