ପୌର ପରିଷଦ : ୩ ପ୍ରାର୍ଥିଙ୍କ ନାମାଙ୍କନ ଅନିୟମିତତା ନେଇ ବିରୋଧରେ ବିଜେପି, କଂଗ୍ରେସ ଅଭିଯୋଗ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ଆସନ୍ତା ମାର୍ଚ ୨୪ ତାରିଖରୃ ହେବାକୁ ଥିବା ରାଇରଙ୍ଗପୁର ପୌର ପରିଷଦର ୫ଜଣ ଅଧ୍ୟକ୍ଷ ପ୍ରାର୍ଥି ଏବଂ ୫୦ ଜଣ ପ୍ରାର୍ଥୀଙ୍କ ଯାଞ୍ଚ ସରିଛି । ପ୍ରାର୍ଥୀ ପତ୍ର ଯାଞ୍ଚ ସମୟରେ ବିଜେଡ଼ିର ୩ ଜଣ ପ୍ରାର୍ଥୀଙ୍କ ତୃଟି ଥିବା ନେଇ ବିଜେପି ଓ କଂଗ୍ରେସ ଦଳ ତରଫରୁ ରିଟର୍ଣିଂ ଅଫିସର ଓ ଉପଜିଲ୍ଲାପାଳ ସରୋଜ କୁମାର ଦାସଙ୍କୁ ପ୍ରମାଣ ସହ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଗ୍ରହଣ ନ କରି ଉପଜିଲ୍ଲାପାଳ କୋର୍ଟର ଆଶ୍ରୟ ନେବାକୁ ପରାମର୍ଶ ଦେଇଥିଲେ ଯାହାକୁ ଉଭୟ ଦଳର ନେତୃବୃନ୍ଦ ବିରୋଧ କରିଥିଲେ ।ଏହି ୩ ଓ୍ବାର୍ଡର ପ୍ରାର୍ଥୀଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଅନୁସାରେ ୪ ନମ୍ବର ଓ୍ବାର୍ଡର ବିଜେଡି ପ୍ରାର୍ଥିନୀ ଆରତୀ ମାରାଣ୍ଡି ସ୍ବାମୀ-ଚାନ୍ଦରାଇ ମାରାଣ୍ଡି,ଗ୍ରାମ -କଲରଦା,ଗ୍ରାପ-ପୁରୁଣାପାଣି, ରାଇରଙ୍ଗପୁର ବ୍ଲକ ବାସିନ୍ଦା ଅଟନ୍ତି । ଚଳିତ ପଞ୍ଚାୟତ ନିର୍ବାଚନରେ ତାଙ୍କ ନାମ କଲ୍ୟାଣ,୭ନଂ ବୁଥ କ୍ରମାଙ୍କ -୨୮୯ରେ ଥିଲା । ସେ ଗତ ୨୨/୦୧/୨୦୨୨ରୃ ପଞ୍ଚାୟତ ନିର୍ବାଚନରେ ଭୋଟ ଦେଇଥିଲେ । ଅପରପକ୍ଷରେ ଆରତୀ ମାରାଣ୍ଡି, ସ୍ବାମୀ-ଚାନ୍ଦରାଇ ମାରାଣ୍ଡିଙ୍କ ନାମ ରାଇରଙ୍ଗପୁର ପୌରପରିଷଦ ଭୋଟର ତାଲିକାରେ ବୁଥ ନଂ ୬,କ୍ରମିକ ସଂଖ୍ୟା ୯୨୬ ରେ ରହିଛି ।ତେଣୁ ଭୋଟର ନିୟମ ଅନୁସାରେ ଜଣଙ୍କର ଗୋଟିଏ ଜାଗାରେ ନାମ ରହିବା କଥା କିନ୍ତୁ ଆରତୀଙ୍କୁ ନାମ ଉଭୟ ପଞ୍ଚାୟତ ଏବଂ ପୌର ପରିଷଦରେ ନାମ ତାଲିକା ଥିବାରୁ ପ୍ରାର୍ଥିତ୍ବ ଖାରଜ ପାଇଁ ବିରୋଧୀ ଦଳ ତରଫରୁ ଦାବି ହୋଇଥିଲା ଯାହାକି ନିର୍ବାଚନ ଅଫିସର ଗ୍ରହଣ କରି ନ ଥିଲେ । ସେହିଭଳି ଓ୍ବାର୍ଡ ନମ୍ବର ୧୩ର ପ୍ରାର୍ଥିନୀ ଧୀରା ବେଶ୍ରା ସ୍ବାମୀ-ସ୍ବର୍ଗତ ଚୈତନ ବେଶ୍ରାଙ୍କ ଦୁଇରୁ ଅଧିକ ସନ୍ତାନ ଥିବା ନେଇ ଅଭିଯୋଗ ହୋଇଥିଲା ।ଧୀରାଙ୍କର ପ୍ରଥମ କନ୍ୟା ୧୪/୦୬/୧୯୯୩,ଦିତୀୟ ସନ୍ତାନ ୧୧/୦୪/୧୯୯୭,ଏବଂ ତୃତୀୟ ସନ୍ତାନ ୧୭/୦୭/୧୯୯୯ ରେ ଜନ୍ମଗ୍ରହଣ କରିଥିଲେ । ନାମାଙ୍କନ ସତ୍ୟପାଠ ଅନୁସାରେ କୌଣସି ପ୍ରାର୍ଥୀଙ୍କ ୧୯୯୪ ମସିହା ପରଠାରୁ ତୃତୀୟ ସନ୍ତାନ ଜନ୍ମ ନେଇଥିଲେ ସେ ଅଯୋଗ୍ୟ ଘୋଷିତ ହେବେ ।ବିରୋଧୀ ଦଳ ଅଭିଯୋଗ ଓ ଦୁଇ ସନ୍ତାନଙ୍କ ଜନ୍ମ ପ୍ରମାଣ ପତ୍ର ର ନକଲ ଦାଖଲ କରାଯିବା ସତ୍ତ୍ୱେ ନିର୍ବାଚନ ଅଫିସର ତାହା ଗ୍ରହଣ କରି ନ ଥିଲେ । ସେହିପରି ୯ନମ୍ବର ଓ୍ବାର୍ଡର ବିଜେଡି ପ୍ରାର୍ଥୀ ମଙ୍ଗଲ ମାରାଣ୍ଡିଙ୍କ ତିନୋଟି ସନ୍ତାନ ଥିବା ନେଇ ପ୍ରମାଣ ସହ ବିରୋଧୀ ଦଳ ଅଭିଯୋଗ କରାଥିଲେ ମଧ୍ୟ ନିର୍ବାଚନ ଅଫିସର ତାହା ଗ୍ରହଣ କରି ନ ଥିଲେ ।ଏହାକୁ ୩ଟି ଓ୍ବାର୍ଡର ପ୍ରାର୍ଥୀଙ୍କ ପ୍ରାର୍ଥିତ୍ବ ନାକଚ ପାଇଁ ବିଜେପି ତରଫରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲାପାଳ, ରାଜ୍ୟ ବିଜେପି ସଭାପତିଙ୍କ ନିକଟକୁ ଇ-ମେଲ୍ ଯୋଗେ ପଠାଯାଇଛି ବୋଲି ବିଜେପି ବିଧାୟକ ତଥା ପଶ୍ଚିମ ମୟୂରଭଂଜ ବିଜେପି ଜିଲ୍ଲା ସଭାପତି ନବ ଚରଣ ମାଝୀ ଗଣମାଧ୍ୟମକୁ ସୂଚନା ଦେଇଥିବାବେଳେ କଂଗ୍ରେସ ଦଳ ତରଫରୁ ମଧ୍ୟ ରାଜ୍ୟ ନେତୃବୃନ୍ଦ ଏବଂ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ଇ-ମେଲ୍ ଯୋଗେ ପଠାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ