ପୌର ପ୍ରଶାସନ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ : ପୌରାଞ୍ଚଳକୁ ସବୁଜ, ସୁନ୍ଦର ଓ ପ୍ଲାଷ୍ଟିକ ମୁକ୍ତ କରିବା ଲାଗି ଆହ୍ୱାନ ଦେଲେ ପୌର ପ୍ରଶାସକ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ମଙ୍ଗଳବାର ହିଞ୍ଜିଳିକାଟୁ ପୌର ପ୍ରଶାସନ ପକ୍ଷରୁ ପୌର କାର୍ଯ୍ୟାଳୟ ପରିସରରେ ନିଖିଳ ଉତ୍କଳ ସ୍ୱାୟତ୍ତ ଶାସନ ଦିବସ ପାଳିତ ନିରାଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ପୌର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌର ପ୍ରଶାସକ ତଥା ଏଡ଼ିଏମ ଲିନା କୁମାରୀ ଖେସ୍ ଯୋଗଦେଇ ଜାତୀୟ ପତକା ଉତ୍ତୋଳନ କରିଥିଲେ । ହିଞ୍ଜିଳିକାଟୁ ପୌରାଞ୍ଚଳକୁ ସବୁଜ, ସୁନ୍ଦର ଓ ପ୍ଲାଷ୍ଟିକ ମୁକ୍ତ କରିବା ସହ ରାଜ୍ୟର ୧ନଂ ସହର ଭାବେ ଗଢି ତୋଳିବା ପାଇଁ ସହରବାସୀଙ୍କୁ ମୁଖ୍ୟ ଅତିଥି ଶ୍ରୀମତି ଖେସ୍ ଆହ୍ୱାନ ଜଣାଇଥିଲେ । ପୌର କାର୍ଯ୍ୟାଳୟରେ ନିୟୋଜିତ ସଫେଇ କର୍ମଚାରୀ ମାନେ ମହାମାରୀ କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ପୌରାଞ୍ଚଳକୁ ସ୍ୱଚ୍ଛ ରଖିବା ସକାଶେ ଉଦ୍ୟମ ଜାରି ରଖିଥିବାରୁ ପ୍ରଶଂସା କରିବା ସହ ସେମାନଙ୍କୁ ପୋଷାକ ପ୍ରଦାନ କରାଯାଇଥିଲା । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ପୌରାଞ୍ଚଳ ଓ ବ୍ଳକର ବିଭିନ୍ନ ଗ୍ରାମରେ ନିର୍ମାଣଧିନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡ଼ିକୁ ବୁଲି ଦେଖିବା ସହ ନିଜ ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକାରୀ କରିବା ସକାଶେ ରାଜ୍ୟର ବହୁ ସାଂସଦ, ମନ୍ତ୍ରୀ ଓ ଶତାଧିକ ବିଧାୟକ ହିଞ୍ଜିଳି ଗସ୍ତରେ ଆସି ପରିଦର୍ଶନ କରିଥିଲେ । ସ୍ଥାନୀୟ ଅଞ୍ଚଳର ଜନ ପ୍ରତିନିଧି ବୃନ୍ଦ ସଂପୃକ୍ତ ସମୟରେ ସହଯୋଗର ହାତ ବଢାଇଥିବା ଯୋଗୁଁ ଧନ୍ୟବାଦ ଜ୍ଞାପନ କରିଥିଲେ । ସ୍ଥାନୀୟ ପୌର କର୍ମଚାରୀ ଓ ସଫେଇ କର୍ମଚାରୀ ମାନଙ୍କ ଉଦ୍ୟମ ଯୋଗୁଁ ସ୍ୱଚ୍ଛତା କ୍ଷେତ୍ରରେ ହିଞ୍ଜିଳିକାଟୁ ପୌରାଞ୍ଚଳ ରାଜ୍ୟର ରୋଲ ମଡ଼େଲ ହୋଇପାରିଛି ବୋଲି କହିବା ସହ ସ୍ଥାନୀୟ ପୌର ଓ ସଫେଇ କର୍ମଚାରୀଙ୍କୁ ସାଧୁବାଦ ଜଣାଇଥିଲେ । ସ୍ୱଚ୍ଛତା କ୍ଷେତ୍ରରେ ହିଞ୍ଜିଳିକାଟୁ ପୌରାଂଚଳ ରାଜ୍ୟର ରୋଲ ମଡ଼େଲରେ ପରିଣତ ହେବା ନେଇ ପୌର କର୍ମଚାରୀଙ୍କ ଉଦ୍ଯୋୟମ ଯୋଗୁଁ ଏହା ସମ୍ଭବ ହୋଇପାରିଛି ଏବଂ ସମସ୍ତ କର୍ମଚାରୀଙ୍କୁ ଏହାର ଶ୍ରେୟ ପ୍ରଦାନ କରିଥିଲେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ସାହୁ । ଉକ୍ତ କାର୍ଯ୍ୟକ୍ରମରେ ନଗର ବିଜେଡ଼ି ସଭାପତି ଭୀମସେନ ବେହେରା, ଗଞ୍ଜାମ ଜିଲ୍ଲା ବିଜେଡ଼ି ସମ୍ପାଦକ ପବିତ୍ର ମୋହନ ପାଣିଗ୍ରାହୀ, ପୈାରାଞ୍ଚଳ ଯୁବ ବିଜେଡ଼ି ସଭାପତି ସଞ୍ଜୟ ପଣ୍ଡା, ଆସିକା ସାଂସଦଙ୍କ ରାଜନୈତିକ ସହାୟକ ନିଳମଣି ପଟ୍ଟନାୟକ, ପୂର୍ବତନ ପୈାର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପୂର୍ବତନ କାଉନସିଲର ବୃନ୍ଦ, ପୈାର ପରିଷଦର ସହକାରୀ ଯନ୍ତ୍ରୀ ପ୍ରମୋଦ ନାୟକ, କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, ବିବେକାନନ୍ଦ ମହାପାତ୍ର, ଅରୁଣ କୁମାର ପାଢି, ଛବି ନାରାୟଣ ପଣ୍ଡା, ମେହାନ ଆଚାରୀ, ମାନଓ ୁରଞ୍ଜନ ଦିଗାଲ, ଅଭିଜିତ ପୁରୋହିତ, ସୁନିଲ ନାହାକ, ମାନସ ରଞ୍ଜନ ବିନ୍ଧାଣୀ , ସୁଶାନ୍ତ ବେହେରା, ମନୋଜ ନାହାକ, ସନ୍ଧ୍ୟାରାଣୀ ପଟ୍ଟନାୟକ, ସ୍ୱପ୍ନରାଣୀ ତ୍ରୀପାଠି, ଇ.କିଶାନ କୁମାର ପାତ୍ରଙ୍କ ସମେତ ପୌର କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଧ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ