ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲୋଗୋ ଉନ୍ମୋଚିତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବୁଗୁଡା ବ୍ଲକ ଅନ୍ତର୍ଗତ ଭାବସର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମଗ୍ର ଶିକ୍ଷା ଲୋଗୋ ଉନ୍ମୋଚନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ଏଲିମେଣ୍ଟାରୀ ସ୍କୁଲରେ ସମଗ୍ର ଶିକ୍ଷାର ଲୋଗୋ ଅଙ୍କନ କରି ଉନ୍ମୋଚନ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହି ନିର୍ଦ୍ଦେଶ କ୍ରମେ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଧାଂଶୁ ବାଳା ମିଶ୍ର, ଏସଏମସି ସଭାପତି ନିରଞ୍ଜନ ଆଲଟିଆ, ସହକାରୀ ଶିକ୍ଷକ ପାର୍ଥ ସାରଥୀ ପ୍ରଧାନ, ଓ ଦେବଦତ୍ତ ମହାନ୍ତି ଏବଂ ସହକାରୀ ଶିକ୍ଷୟିତ୍ରୀ ରଶ୍ମିତା ରଣା, ଓ ସୁମନ ଅର୍ପିତା ମିଶ୍ର ଯୋଗ ଦେଇଥିଲେ । ଅଭିଭାବକ ତଥା ଗ୍ରାମବାସୀ ବୃନ୍ଦଙ୍କୁ ସର୍ବଶିକ୍ଷା ଅଭିଯାନର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ