ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ଭାବସର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୦୨୨-୨୩ ଶିକ୍ଷା ବର୍ଷ ପାଇଁ ପୋଷାକ ଓ ଜୋତା ବଣ୍ଟନ ମେଳା ଅଗଷ୍ଟ ୨୭ ତାରିଖ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୋଷାକ ବଣ୍ଟନ ମେଳାକୁ ଉଦଘାଟନ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ସୁଧାଂଶୁ ବାଳା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଳାରେ ମୁଖ୍ୟ ଅତିଥି ଏବିଇଓ ଶ୍ରୀ ସେନାପତି ଛାତ୍ରଛାତ୍ରୀ ବୃନ୍ଦଙ୍କୁ ଶୃଙ୍ଖଳିତ ଭାବେ ଶିକ୍ଷାଦାନ ଗ୍ରହଣ କରି ଉତ୍ତମ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଏସଏମସି ସଭାପତି ପ୍ରଶନ କୁମାର ପୋଲାଇ ଯୋଗ ଦେଇଥିଲେ। ସହକାରୀ ଶିକ୍ଷକ ପାର୍ଥ ସାରଥୀ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ ସହ ସଂଯୋଜନା କରିଥିଲେ। ସହକାରୀ ଶିକ୍ଷକ ଦେବଦତ୍ତ ମହାନ୍ତି ଓ ସହକାରୀ ଶିକ୍ଷୟିତ୍ରୀ ସୁମନ ଅର୍ପିତା ରଥ ପୋଷାକ ଓ ଜୋତା ବଣ୍ଟନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ମୋଟ ୧୧୨ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥି ବୃନ୍ଦ ପୋଷାକ ଓ ଜୋତା ବଣ୍ଟନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ