ପ୍ରକଳ୍ପ ତାଲିକା ପ୍ରସ୍ତୁତି ବୈଠକ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଭଣ୍ଡାରିପୋଖରୀ ବ୍ଲକ ସରସଦା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସ୍ୱଚ୍ଛଭାରତ ଅଭିଯାନ ପରିପ୍ରେକ୍ଷୀରେ ଏକ ପ୍ରକଳ୍ପ ତାଲିକା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରପଞ୍ଚ ମଣିକାଞ୍ଜନ ସେନାପତି ଉପସ୍ଥିତ ରହି ସ୍ୱଚ୍ଛଭାରତ ଅଧିନ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ବିଷୟରେ ମତ ଦେଇଥିଲେ । ବୈଠକରେ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ କୁମାର ବେହେରା, ବ୍ଲକ ପ୍ରକଳ୍ପ ସଂଯୋଜକ ଉଦୟନାଥ ବେଜ, ଗୌତମ ପଟ୍ଟନାୟକ, ଗୀତାରାଣୀ ନାୟକ, ରାମଚନ୍ଦ୍ର ସେନାପତି ପ୍ରମୁଖ ଉପସ୍ଥିତ ରହି ପ୍ରକଳ୍ପ ବାବଦରେ ବିଭିନ୍ନ ମତ ଦେଇଥିଲେ । ଏହାଛଡା ପଞ୍ଚାୟତ ଅଞ୍ଚଳର କୁଶଳୀକାରିଗର, ୱାର୍ଡ ସଭ୍ୟସଭ୍ୟା ଓ ସ୍ୱେଚ୍ଛାଗ୍ରାହୀ ମାନେ ଏଥିରେ ଉପସ୍ଥିତ ଥିଲେ । ପ୍ରମିଳା କୁମାରୀ ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ