ପ୍ରକଳ୍ପ ନାମଫଳକ ନାମ କଟାକୁ ନେଇ ଉତ୍ତେଜନା ଶିଳାନ୍ୟାସ ନ କରି ଫେରିଲେ ବିଧାୟକ

ବାଲେଶ୍ୱର, (ସରୋଜ ପଣ୍ଡା) : ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ସଦର ବ୍ଳକ ଗୋପୀନାଥପୁର ପଞ୍ଚାୟତରେ ହେଉଥିବା ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଫଳକରେ ନାମ ନ ରହିବାକୁୁ ନେଇ ଉପୁଜିଥିବା ବିବାଦ ଏବେ ଥାନାରେ ପହଞ୍ଚିଛି । ନାମ ଫଳକରେ ବାଲେଶ୍ୱର ଲୋକସଭା ସାଂସଦ କିମ୍ବା ସ୍ଥାନୀୟ ସରପଞ୍ଚଙ୍କ ନାମ ରହିବା ପରିବର୍ତ୍ତେ କେବଳ ସଦର ବିଧାୟକ ଓ ସଦର ବ୍ଳକ ଅଧ୍ୟକ୍ଷଙ୍କ ନାମ ରହିଥିଲା । ତେବେ ଗତକାଲି ସଦର ବିଧାୟକ ସ୍ୱରୂପ ଦାସ ଶିଳାନ୍ୟାସ ପାଇଁ ଯାଇଥିବା ବେଳେ ସେଠାରେ ତାଙ୍କୁ ବିଜେପି କର୍ମୀମାନେ ବିରୋଧ କରିଥିଲେ । ଏମିତିକି ଶିଳାନ୍ୟାସ କରାଇ ନ ଦେଇ ଫଳକକୁ ଉତ୍ତେଜିତ କର୍ମୀମାନେ ଭାଙ୍ଗି ଦେଇଥିବା ଦେଖିବାକୁ ମିିଳିଥିଲା । ଫଳରେ ବିଧାୟକ ଶ୍ରୀ ଦାସଙ୍କୁ ଫେରିବାକୁ ପଡ଼ିଥିଲା । ଶାସକଦଳର ନିର୍ଦ୍ଦେଶ କ୍ରମେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଏଭଳି ପ୍ରକଳ୍ପ ନାମ ଫଳକ ତିଆରି କରିଥିବା ବିଜେପି ପକ୍ଷରୁ ଆରୋପ ଉଠିଛି । ଏନେଇ ରାଜ୍ୟ ପଞ୍ଚାୟତିରାଜ ଓ ଜଳ ଯୋଗାଣ ତଥା ପରିମଳ ବିଭାଗ ବିରୋଧରେ ଦଳ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ସାଂସଦ ପ୍ରତିନିଧି ସୁଶାନ୍ତ କୁମାର ବେରା ଥାନାରେ ଏହି ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ