ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଉନ୍ନୟନ କାର୍ଯ୍ୟ ପରିଦର୍ଶନ

ଦିଗପହଣ୍ଡି,(ୱାଇଏନ୍ଏସ୍): ସୋମବାର ଦିନ ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ ଦିଗପହଣ୍ଡି ବ୍ଲକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କରିଥିବା ଜଣାପଡିଛି।ପ୍ରଥମେ ବ୍ଲକ କାର୍ଯ୍ଯାଳୟରେ ପହଞ୍ଚି ବିଡ଼ିଓ ହଳଧର ଶବର ଏବଂ ସହକାରୀ ଯନ୍ତ୍ରୀ ଇଂ. ଗଙ୍ଗାଧର ଲେଙ୍କାଙ୍କ ଉପସ୍ଥିତିରେ ବିଭିନ୍ନ ପଞ୍ଚାୟତରେ ଚାଲିଥିବା ରୁରାଲ ପାର୍କ, ଆଦର୍ଶ ପୋଖରୀ, ଆଦର୍ଶ ଗୁହାଳ, ମୋ ବଗିଚା ଆଦି ପ୍ରକଳ୍ପ ଗୁଡିକର ସମୀକ୍ଷା କରିଥିଲେ।ଏହାପରେ କ୍ଷେତ୍ର ପରିଦର୍ଶନରେ ବାହାରି ପ୍ରଥମେ କମଳାପୁର କାଶି ବିଶ୍ଵନାଥ ମନ୍ଦିର ନିକଟରେ ନିର୍ମାଣାଧୀନ ଆଦର୍ଶ ପୋଖରୀ କାର୍ଯ୍ୟ ଦେଖିବା ପରେ ଗୌଡଗାଁ ପଞ୍ଚାୟତରେ ପହଞ୍ଚି ଆଦର୍ଶ ଅଙ୍ଗନବାଡି କେନ୍ଦ୍ର, ନିର୍ମାଣାଧୀନ ରୁରାଲ ପାର୍କ ଏବଂ ଆଦର୍ଶ ପୋଖରୀ କାମ ବୁଲି ଦେଖିଥିଲେ।ଏହି ଅବସରରେ ଗୌଡଗାଁ ଗ୍ରାମରେ ଦୀନଦୟାଲ ଉପାଧ୍ଯାୟ ଗ୍ରାମୀଣ କୌଶଲ୍ଯ ଯୋଜନା ମାଧ୍ୟମରେ ଅନୁଷ୍ଠିତ କର୍ମ ନିଯୁକ୍ତି ମେଳାକୁ ଉଦଘାଟନ କରିବା ସହ “ମୋ ଗେହ୍ଲାଝିଅ” କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ଗୁଡିକରେ ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ, ନାଏବ ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ପାଣିଗ୍ରାହୀ, କନିଷ୍ଠ ଯନ୍ତ୍ରୀ ରମେଶ ଚନ୍ଦ୍ର ସାହୁ, ପିଇଓ ପ୍ରଦୀପ କୁମାର ପଣ୍ଡାଙ୍କ ସମେତ ସମସ୍ତ ଅଙ୍ଗନବାଡି କର୍ମୀ ଓ ଓ୍ବାର୍ଡ ସଭ୍ୟସଭ୍ଯା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ