ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପୋଲସରା ବ୍ଲକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶ ଶିନ୍ଦେ ଦତ୍ତତ୍ରୟ ଭାଉସାହେବ ଡିସେମ୍ବର ୨୮ ତାରିଖ ଦିନ ପୋଲସରା ବ୍ଲକ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରିବା ସହ ବ୍ଲକର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ମଙ୍ଗଳବାର ଦିନ ପିଡ଼ି ଶ୍ରୀ ଭାଉସାହେବ ପୋଲସରା ବ୍ଲକରେ ପହଁଚିବା ପରେ ପୋଲସରା ବ୍ଲକ ବିଡ଼ିଓ ସୁରଞ୍ଜନ କୁମାର ସାହୁ ସ୍ୱାଗତ କରିଥିଲେ। ପିଡ଼ି ଶ୍ରୀ ଭାଉସାହେବ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରିବା ବେଳେ ବିଡ଼ିଓ ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ପ୍ରକଳ୍ପ ନିର୍ଦ୍ଦେଶକ ମହୋଦୟ ପୋଲସରା ବ୍ଲକ କଳମ୍ବ ଗ୍ରାମର ଉଚ୍ଚ ବିଦ୍ୟାଳୟର ସ୍ମାର୍ଟ କ୍ଲାସ ରୂପାନ୍ତିକରଣ କାର୍ଯ୍ୟର ଅଗ୍ରଗତି ଓ ଗ୍ରାମୀଣ ପାର୍କ ଏବଂ ଜକର ଗ୍ରାମରେ ବିଜୁ ପଞ୍ଚାୟତ ପାଠାଗାର ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପ୍ରଭୃତି ପରିଦର୍ଶନ କରିଥିଲେ। ପରେ ପିଡ଼ି ମହୋଦୟ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ ନଥିପତ୍ର ଅନୁଧ୍ୟାନ କରି ମନୋରଗା କାର୍ଯ୍ୟ, ଇନ୍ଦିରା ଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପ୍ରଭୃତି ବିଷୟରେ ବିଡ଼ିଓ ଶ୍ରୀ ସାହୁ ଙ୍କ ସହ ଆଲୋଚନା କରି ସମୀକ୍ଷା କରିଥିଲେ। ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ପ୍ରରିଦର୍ଶନ ଓ ସମୀକ୍ଷା କରି ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଭାଉସାହେବ ସନ୍ତୋଷ ପ୍ରକାଶ କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ