ପ୍ରକଳ୍ପ ନିର୍ଦ୍ଦେଶକଙ୍କ ରାଜେନ୍ଦ୍ରପୁର ପଞ୍ଚାୟତ ଗସ୍ତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତକୁ ଆଜି ବିଡିଓ ବିଜୟ କୁମାର ସାହୁଙ୍କ ସମେତ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ ଗସ୍ତକରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ସମୀକ୍ଷା କରିଛନ୍ତି । ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ଏନଆରଇଜିଏସ କାର୍ଯ୍ୟ ବାବଦରେ ଅଧିକାରୀ ମାନେ ସରପଞ୍ଚଙ୍କ ଠାରୁ ବିସ୍ତୃତ ଭାବେ ତଥ୍ୟ ସଂଗ୍ରହ କରିଥିଲେ । ଯୋଜନା ଅନୁଯାୟୀ ନିର୍ମାଣାଧିନ ରାସ୍ତା ଗୁଡିକ ପ୍ରକଳ୍ପ ନିର୍ଦ୍ଦେଶକ ପରିଦର୍ଶନ କରି କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକ ମାନଙ୍କ ସହିତ ଭାବ ବିନିମୟ କରିଥିଲେ । ଏହା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମିଶନଶକ୍ତି ଗୃହ ଓ ମହିଳା ଏସଏଚଜି ବାବଦରେ ସମୀକ୍ଷା କରିଥିଲେ । ପଞ୍ଚାୟତ ଅଧିନ ସାରୋ, କୋଟସିରା ପ୍ରମୁଖ ଗ୍ରାମରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ଅଧିକାରୀ ଦ୍ୱୟ ସମୀକ୍ଷା କରିଥିବା ଜଣାପଡିଛି । ଏଥିରେ ସରପଞ୍ଚ ପ୍ରତିନିଧି ଜଗନ୍ନାଥ ଭାରତୀ, କନିଷ୍ଠ ଯନ୍ତ୍ରୀ ହୃଦାନନ୍ଦ ଜେନା, କାର୍ଯ୍ୟ ନିର୍ବାହୀ ଅଧିକାରୀ ବିକ୍ରମ ସାହୁ, ଦେବାନନ୍ଦ ସେଠୀ, ଉଦୟନାଥ ବେଜ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ