ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସ୍ମାର୍ଟ୍ ସ୍କୁଲ ପରିଦର୍ଶନ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :ସରକାରଙ୍କ ଲୋକାଭିମୁଖି ଯୋଜନା ମଧ୍ୟରେ କାର୍ଯ୍ୟକାରୀ ହେଉଥିବା ୫ଟି ଅନ୍ତର୍ଗତ ସ୍ମାର୍ଟ ସ୍କୁଲ ପରିଦର୍ଶନ ପାଇଁ ଆଜି ଅପରାହ୍ନ ରେ ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଭି କୀର୍ତ୍ତି ଭାସନ୍ ସାନଖେମୁଣ୍ଡି ବ୍ଲକ୍ ଗ୍ରସ୍ତ କରି ଥିବା ଜଣାପଡ଼ିଛି । ଗଙ୍ଗାପୂର୍ ପଞ୍ଚାୟତ ର ନରସିଂହଗଡ ଉଚ୍ଚ ବିଦ୍ୟାଳୟ କୁ ରୂପାନ୍ତର କାରଣ କରି ସ୍ମାର୍ଟ୍ ସ୍କୁଲ ରେ ପରିଣତ କରାଯାଉଥିବା ବୁଲି ଦେଖିଥିଲେ । ବିନା ଶିକ୍ଷକରେ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷା ଦାନ କିଭଳି ଭାବରେ ଚାଲିଛି ୧୦ଟି କ୍ଲାସ ପାଇଁ ୬ ଟି ଶ୍ରେଣୀ ଗୃହ ଥିବାଏ ନେଇ ଗ୍ରାମବାସୀ ଅଭିଭାବକ ଜିଲ୍ଲା ପରିଷଦ ସଭ୍ୟ ପ୍ରତିନିଧି ରାଜୀବଲୋଚନ ପାତ୍ର ପ୍ରମୁଖ ପ୍ରକଳ୍ପ ନିର୍ଦ୍ଦେଶକ ଭି କୀର୍ତ୍ତି ଭାସନ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରେଣି ଗୃହକୁ ଯାଇ ପିଲାଙ୍କ ପାଠ ପଢା ଦେଖିଥିଲେ।ଏହା ପରେ ଟି ଗୋବିନ୍ଦପୁର ପଞ୍ଚାୟତ ସମନ୍ତରାପୂର୍ ରେ ଅବସ୍ଥିତ ଉଚ୍ଚ ବିଦ୍ୟାଳୟ ରେ ଚାଳିଥିବା ସ୍ମାର୍ଟ ସ୍କୁଲ ପରିଦର୍ଶନ କରିବା ସହ ବ୍ଲକ ରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟମୂଳକ ପ୍ରକଳ୍ପ କୁ ନେଇ ସାନଖେମୁଣ୍ଡି ବି ଡି ଓ ଗାୟତ୍ରୀ ଦତ୍ତ ନାୟକ ଙ୍କ ସହ ଗ୍ରସ୍ତ ସମୟରେ ଆଲୋଚନା କରିଥିବା ଜଣାପଡିଛି।ପି ଡି ଙ୍କ ପରିଦର୍ଶନ ବେଳେ ବ୍ଲକ ଶିକ୍ଷାଧିକାରୀ କୁରେସୁ ସେଠୀ, ନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ବେହେରା କାର୍ଯ୍ୟନିର୍ବାହୀ ଅଧିକାରୀ ଦୀପକ, କୁମାର ପଟ୍ଟନାୟକ, ଶଙ୍କର୍ଷଣ ସ୍ୱାଇଁ, ସନ୍ତୋଷ କୁମାର ବିଷୋୟୀ, ଶଙ୍କର୍ଷଣ ସେଠୀ ପ୍ରମୁଖ ଗ୍ରସ୍ତ କରିଥିଲେ ।


