ପ୍ରକଳ୍ପ ସ୍ତରୀୟ କିଶୋରୀ ପ୍ରତିଭା ଅନ୍ବେଷଣ ଶିବିର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ସମନ୍ଵିତ ଶିଶୁ ବିକାଶ ସେବା ପ୍ରକଳ୍ପ ତରଫରୁ ଅଦ୍ବିକା ଯୋଜନା ଆନୁକୂଲ୍ୟରେ କିଶୋରୀ ବାଳିକାଙ୍କ ଅନ୍ତର୍ନିହିତ କଳା ପ୍ରତିଭାକୁ ଅନ୍ବେଷଣ ଉଦ୍ଦେଶ୍ୟରେ ଶନିବାର ପ୍ରକଳ୍ପ ସ୍ତରୀୟ ଟାଲେଣ୍ଟ ହଣ୍ଟ ଶିବିର  ଅନୁଷ୍ଠିତ ହୋଇଯାଇଛି । ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ପୁଷ୍ପାଞ୍ଜଳି ଶତପଥୀଙ୍କ ଅଧ୍ୟକ୍ଷତାରେ ଦିଗପହଣ୍ଡି ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଖେମୁଣ୍ଡି ଓକିଲ ସଂଘ ସଭାପତି ହରପ୍ରସାଦ ରଥ , ବଡଡୁମ୍ବୁଳା ପଞ୍ଚାୟତ ସରପଞ୍ଚ ଗିତାଞ୍ଜଳୀ ଜାନୀ , ଆଇସିଡିଏସ ସୁପ୍ରଭାଇଜର ସଞ୍ଜୁଲତା ପାଣିଗ୍ରାହୀ , ବିଳାସିନୀ ପାଣିଗ୍ରାହୀ , ଶାନ୍ତିଲତା ଶତପଥୀ , ଲକ୍ଷ୍ମୀ ଶବର ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ  ଥିଲେ । ଏହି ଅବସରରେ କିଶୋରୀ ବାଳିକାଙ୍କ ମଧ୍ୟରେ ଚିତ୍ରାଙ୍କନ , ବତ୍କୃତା , ସ୍ଳୋଗାନ ଲିଖନ , ଡ୍ଯାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ବିଜୟ କୁମାର ପ୍ରଧାନ , ସୁଦର୍ଶନ ସେଠୀ , ପ୍ରଭାତ ପାଢ଼ୀ , ସୁନୀଲ ବାଡତ୍ଯା ବିଚାରକ ଭାବେ ଯୋଗଦେଇ ମୂଲ୍ୟାୟନ କରିଥିଲେ। କାର୍ଯ୍ୟକ୍ରମରେ ୪୪ ଜଣ କିଶୋରୀ ଅଂଶଗ୍ରହଣ କରିଥିଲେ । ଶେଷରେ ଅତିଥିଙ୍କ ଦ୍ୱାରା ସମସ୍ତ ପ୍ରତିଭା ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସମସ୍ତ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ  କରିଥିଲେ । 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ