ପ୍ରକାଶ ଆମ୍ବେଦକରଙ୍କ ବିବାଦୀୟ ଟିପ୍ପଣୀ କ୍ଷମତାକୁ ଆସିଲେ ଇସିଙ୍କୁ ଜେଲ୍ରେ ଭର୍ତ୍ତି କରିବି

ୟାଭତମଲ୍/ମହାରାଷ୍ଟ୍ର (ଏଜେନ୍ସି): କେନ୍ଦ୍ର ନିର୍ବାଚନ କମିଶନ ଏବେ ଶାସକ ଦଳର ଏଜେଣ୍ଟ ଭଳି ଆଚରଣ କରୁଛି । ଶାସକ ଦଳ ନିର୍ଦ୍ଦେଶରେ ନିର୍ବାଚନ ଆଚରଣ ବିଧିର ନିୟାମକଗୁଡିକୁ ପରିବର୍ତ୍ତିତ କରୁଛନ୍ତି ଆୟୋଗ । କେନ୍ଦ୍ର ସରକାରଙ୍କୁ ସୁହାଇବା ଭଳି ନୀତି ପ୍ରଣୟନ କରି ସେମାନଙ୍କୁ ସୁରକ୍ଷିତ ରଖିବାକୁ ଆୟୋଗ ଏକପ୍ରକାର ସୁରକ୍ଷାବଳୟ ପ୍ରସ୍ତୁତ କରୁଛି । ତେବେ ଚଳିତ ନିର୍ବାଚନରେ ଯଦି ମୁଁ ବିଜୟୀ ହୋଇ କ୍ଷମତାକୁ ଆସେ, ତେବେ ସର୍ବପ୍ରଥମେ ନିର୍ବାଚନ କମିଶନଙ୍କୁ ନେଇ ଜେଲ୍ରେ ଭର୍ତ୍ତି କରିବି । ଆଜି ଏପ୍ରକାର ଏକ ବିବାଦୀୟ ଟିପ୍ପଣୀ ଦେଇ ସୋଲାପୁର ଓ ଅକୋଲା ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ୁଥିବା ବରିପା ବହୁଜନ ମହାସଂଘ (ବିବିଏମ୍)ର ବରିଷ୍ଠ ନେତା ପ୍ରକାଶ ଆମ୍ବେଦକର ନିଜ ପାଇଁ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଦେଇଛନ୍ତି । ତାଙ୍କର ଏପ୍ରକାର ଟିପ୍ପଣୀକୁ ନେଇ ରାଜନୈତିକ ଦଳ ବିଶେଷକରି ବିରୋଧୀ ଗୋଷ୍ଠୀଙ୍କ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି ।
ପ୍ରକାଶ ଆମ୍ବେଦକରଙ୍କ ଏହି ଭାଷଣକୁ କେନ୍ଦ୍ର କରି ଏବେ ଦେଶବ୍ୟାପି ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ କର୍ଣ୍ଣାଟକ ରାଜ୍ୟ ନିର୍ବାଚନ କମିଶନ ଜିଲ୍ଲା ପ୍ରଶାସନ ଠାରୁ ରିପୋର୍ଟ ତଲବ କରିଛନ୍ତି । ଉଲ୍ଲେଖଯୋଗ୍ୟ, ପୂର୍ବରୁ ତିନି ୩ ଥର ସାଂସଦ ରହିଆସିଥିବା ପ୍ରକାଶ ଆମ୍ବେଦକର ଚଳିତ ଲୋକସଭା ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ମହାରାଷ୍ଟ୍ରରେ ବାଲାସାହେବ ଆମ୍ବେଦକର ରୂପେ ପରିଚିତ ପ୍ରକାଶ ଆମ୍ବେଦକର ଦେଶର ସମ୍ବିଧାନ ପ୍ରଣେତା ଡ. ଭୀମରାଓ ବାବାସାହେବ୍ ଆମ୍ବେଦକରଙ୍କ ନାତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ