ପ୍ରକାଶ ପାଇଲା ମଦ୍ରାସା ବୋର୍ଡ଼ ପରୀକ୍ଷା ଫଳ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଓଡ଼ିଶା ରାଜ୍ୟ ମଦ୍ରାସା ପରିଷଦ ଦ୍ୱାରା ପରିଚାଳିତ ବିଭିନ୍ନ ଡ଼ିଗ୍ରୀ ମୌଲବୀ (ଏଚ୍.ଏସ୍.ସି.), ମାହିର (+୨), ଆଲିମ୍ (+୩) ଓ ଫାଜିଲ୍ (ଏମ୍.ଏ)ର ପରୀକ୍ଷା ଫଳ ୧୯ ତାରିଖ ଦିବା୧୨.୩୦ ମିନିଟ୍ ସମୟରେ ଭୁବନେଶ୍ୱର ୟୁନିଟ୍-୯ସ୍ଥିତ ଉର୍ଦ୍ଦୁଭବନ ପରିସରରେ ପ୍ରକାଶ ପାଇଅଛି । ଏହି ଫଳ ପ୍ରକାଶନ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ, ଆଇ.ଏ.ଏସ୍. ଏବଂ ଓଡ଼ିଶା ରାଜ୍ୟ ପରିଷଦ ସଭାପତି ତଥା ନିର୍ଦ୍ଦେଶକ ମାଧ୍ୟମିକ ଶିକ୍ଷା ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାସ, ଓ.ଏ.ଏସ୍, ଉପସଭାପତି ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ସେନାପତି ଏବଂ ସମ୍ପାଦକ ଅବଦୁଲ ଜବାର ଖାଁ, ସ୍ୱତନ୍ତ୍ର ଶିକ୍ଷା ପରିଷଦ ଉର୍ଦ୍ଦୁ ଶିକ୍ଷା ତଥା ସମ୍ପାଦକ ଓଡ଼ିଶା ରାଜ୍ୟ ମାଦ୍ରାସା ଯୋଗ ଦେଇ ସଭା ପରିଚାଳନା କରିଥିଲେ ।